ନିଶ୍ଚିନ୍ତକୋଇଲି,୨୨/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ହାଇସ୍କୁଲ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନ ପୁର କ୍ଲଷ୍ଟର ରେ ନିଆରା ଢଙ୍ଗରେ ଶିଶୁ ମହୋତ୍ସବ କୁ ପାଳନ କରାଯାଇଥିଲା । ବହୁତ ସୁନ୍ଦର ଭାବରେ କୁନି କୁନି ଛାତ୍ର ଛାତ୍ରୀ ମାନେ ଆସି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଏହି କାର୍ୟ୍ୟକ୍ରମ ର ଉଦଘାଟନ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ବିଶ୍ୱ ଭୂଷଣ ନାୟକ ମୂଖ୍ୟ ଅତିଥି ,ସମିତି ସଭ୍ୟ ରଞ୍ଜନ ବେହେରା ସମ୍ମାନିତ ମୁଖ୍ୟ ଅତିଥି, ପରିଚାଳନା କମିଟି ସଭାପତି ରମେଶ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସି ଆର ସି ସି ଉମେଶ ଚନ୍ଦ୍ର ରାଉତ ତଥା ୧୧ ଗୋଟି ସ୍କୁଲ ର ଶିକ୍ଷକ ଶିକ୍ଷୟୀତ୍ରୀ ଯୋଗଦେଇ ଥିଲେ ।
କରୋନା ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷ ଧରି ବିଭିନ୍ନ କାର୍ୟ୍ୟକ୍ରମ ବନ୍ଦ ରହିଥିବା ଯୋଗୁଁ ଛାତ୍ରଛାତ୍ରୀ ଏକ ପ୍ରକାରର ହତୋତ୍ସାହିତ ହୋଇପଡିଥିଲେ। ଶିଶୁ କୈନ୍ଦ୍ରିକ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ବେଶ ଖୁସି ଓ ଆନନ୍ଦ ଅନୁଭବ କରୁଥିବାର ପରିଲକ୍ଷିତ କରାଯାଇଥିଲା। ଉଦଯାପନୀ ଉତ୍ସବ ରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ ହୀରା ଲାବଣ୍ୟବତୀ ବେହେରା ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବଳରାମ ପୁର ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସେଠୀ ସମ୍ମାନିତ ଅତିଥି ଓ ବକ୍ତା ଭାବେ ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ୟ୍ୟ ଯୋଗ ଦେଇଥିଲେ । ବିଦ୍ୟାଳୟ ସ୍ଥରୀୟ ଅନୁଷ୍ଠିତ ନୃତ୍ୟ, ସଂଗୀତ, ବକ୍ତୃତା, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ସୁରଭି କାର୍ୟ୍ୟକ୍ରମର ଉଦ୍ୟେଶ୍ୟ ବିଷୟରେ ଅତିଥି ମାନେ କହିଥିଲେ ଯେ, ସୁରଭି କାର୍ୟ୍ୟକ୍ରମ ଏକ ସୁନ୍ଦର ସୁଯୋଗ ଅଟେ, ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ସାଧିତ ହୋଇପାରିବ । ଏହି ସ୍ତରରେ କୃତି ଛାତ୍ରଛାତ୍ରୀ ବ୍ଲକ ସ୍ତର, ଜିଲ୍ଲା ସ୍ତର ଓ ପରେ ରାଜ୍ୟ ସ୍ଥରରେ ନିଜକୁ ପ୍ରତିପାଦନ କରିପାରିବେ । ସୁରଭି କାର୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରି ସଫଳ କରିଥିବାରୁ ଶିକ୍ଷକ ରବୀନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁରଭି ର ସଫଳତା ନିମନ୍ତେ ଶିକ୍ଷକ ସୁଶାନ୍ତ ନାୟକ, ନଇମ ଖାଁ, ସୁଶାନ୍ତ କୁମାର ଦାଶ, ଶୁଭ ସ୍ମିତା ମହାନ୍ତି, ରୁପାଲୀ ସେନାପତି, ସୌଦାମିନୀ କଁଅର, ପ୍ରଭାତୀ ବେହେରା, ଶୁଭଶ୍ରୀ ମହାନ୍ତି,ମିନତୀ ମିଶ୍ର , ସୁମିତ୍ରା ପାତ୍ର ପ୍ରମୁଖ କାର୍ୟ୍ୟକ୍ରମ ରେ ସହାୟତା କରିଥିଲେ । ପ୍ରତିଯୋଗିତା ର ବିଚାରକ ଭାବେ ଶିକ୍ଷକ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ପୁହାଣ, ସାଗରୀକା ମିଶ୍ର, କାନ୍ତି ଲତା ଷଡ଼ଙ୍ଗୀ, କନକ ଲତା ନନ୍ଦ, ଗଗନ ବିହାରୀ ଚାନ୍ଦ, ନୃସିଂହ ମହାପାତ୍ର, ପ୍ରକାଶ ରାଉତରାୟ, ଆଦିତ୍ୟ ପୁହାଣ ପ୍ରମୁଖ ସହାୟତା କରିଥିଲେ ।