Wednesday , May 31 2023
Home / ବିଶେଷ / କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳନ

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳନ

ଯାଜପୁର,୨୨/୧୦/୨୦୨୨(ଓଡ଼ିଶା ସମାଚାର)- ଚଳିତ ମାସ ୨୧ ତାରିଖ ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ପକ୍ଷରୁ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳନ କରାଯିବ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପାଠାଗାରର ସଭାପତି କହ୍ନାଇ ଚରଣ ମହାନ୍ତି ସଭାପତିତ୍ୱ କରିଥିଲେ । ସମ୍ପାଦକ ନୃସିଂହ ଚରଣ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ କବିମଞ୍ଜୁଳ ଜଣେ ବହୁମୁଖି ଅନନ୍ୟ ଅସାଧାରଣ ପ୍ରତିଭାଶାଳୀ ସାହିତ୍ୟ ସୁରୀଙ୍କ ରଚନା ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ ସଦସ୍ୟ ବନବିହାରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କବି ମଞ୍ଜୁଳ ଓଡ଼ିଶା ପୁରପଲ୍ଲୀର ଲୋକଙ୍କ ପାଇଁ ସାହିତ୍ୟ ରସ ପରିବେଷଣ ବ୍ୟବସ୍ଥା କରିଥିଲେ । ପାଲା ଗାୟକ ଜଗନ୍ନାଥ ଧଳ କବିଙ୍କ ହରିଶ୍ଚନ୍ଦ୍ର କାବ୍ୟ କେତେକ ପଂକ୍ତି ଉପରେ ଆଲୋଚନା କରି ସମସ୍ତଙ୍କ ମନରେ ଏକ ଭାବାବେଗ ସୃଷ୍ଟି କରିଥିଲେ । ତି୍ରଲୋଚନ ମିଶ୍ର ତାଙ୍କ ବକ୍ତବ୍ୟରେ କବିଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋଚନା କରିଥିଲେ । ଉପସଭାପତି ଗଦାଧର ରାଉତ କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସାର୍ ନଟବର ଦାସ ବକ୍ତବ୍ୟରେ କବିଙ୍କ ଭଳି ଯଶସ୍ୱୀ ଓ ପ୍ରତିଭାଶାଳୀ ସଫଳ ସାଧକଙ୍କ ପରି ସମତୁଲ ବ୍ୟକ୍ତିଟିଏ ମିଳିବା ଅସମ୍ଭବ ବୋଲି ବ୍ୟକ୍ତ କରିଥିଲେ । ଯୁଗ୍ମ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପାଠୀ କବିଙ୍କର କେତେକ କାବ୍ୟ ଯଥା ନଳ ଦମୟନ୍ତୀ, ବିଲ୍ୱ ମଙ୍ଗଳ, ଦେବବ୍ରତ, ବାମନା ଅବତାର ଭଳି କାବ୍ୟର କେତେକ ପଂକ୍ତି ଉପରେ ଆଲୋଚନା କରିଥିଲେ । ଡଃ ସୁରେନ୍ଦ୍ର ମିଶ୍ର କବିଙ୍କ ଉପରେ ଏକ ପ୍ରବନ୍ଧ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ମହାରଣା, କରୁଣାକର ନାୟକ, ରବିପ୍ରସାଦ ସାମଲ, ରବିନ୍ଦ୍ର କୁମାର ମହାନ୍ତି, ସତିଶ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ସାମଲ, ଧନଞ୍ଜୟ କେଶରୀ ରାଉତରା, ଅଜୟ କୁମାର ଦାସ, ରାମ କୃଷ୍ଣ ବେହୁରିଆ ପ୍ରମୁଖ ଯୋଗଦେଇଥିବା ବେଳେଯୁଗ୍ମ ସମ୍ପାଦକ ପାଣ୍ଡବ ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.