ଭୁବନେଶ୍ୱର,୨୨/୧୦/୨୦୨୨ (ଓଡ଼ିଶା ସମାଚାର)- ଭାରତ ସରକର ଚାଷୀମାନଙ୍କ ଆୟକୁ ଅଧିକ କରିବା ପାଇଁ ପାଇଲଟ ପ୍ରକଳ୍ପ ଭାବରେ ୧୯୯୮ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ଭାରତବର୍ଷର ପରୀକ୍ଷା ନିରୀକ୍ଷା କରି ୨୦୦୬ ମସିହାର ଭାରତ ବର୍ଷର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଯୋଜନା କଲେ । ପ୍ରଥମେ କେନ୍ଦ୍ର ସରକାର ୯୦ ଭାଗ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରାକର ୧୦ଭାଗ ଅର୍ଥ ଦେଉଥିଲ । ମାତ୍ର ପରବର୍ତୀ ସମୟରେ ୫୦/୫୦ରେ ପରିଣତ ହେଲା ।
ବି.କେ.କେ.ୱାଇ ଯୋଜନା : ଏହା ଓଡ଼ିଶା ସରକାରଙ୍କ ଯୋଜନା । କୃଷକ ସାଥୀଟିଏ ଘର ଘର ବୁଲି କାର୍ଡ଼ ବାଂଟିବାକୁ ଦିଆଗଲା । ବିହନ ବିଶୋଧନ : ବିହନ କିପରି ବିଶୋଧନ କଲେ ରୋଗ ପ୍ରତିଶୋଧ ଶକ୍ତି ବଢିବ, ତାହା କୃଷକ ସାଥୀ ଡ଼ାକି ଚାଷୀଙ୍କୁ ବୁଝାଇଥାଏ । ଏବେ ସରକାର ବିହନ ବିଶୋଧନ ପାଇଁ ଏନଜିଓ କର୍ମଚାରୀମାନଙ୍କୁ ମୋଟା ଅଙ୍କର ପଇସା ଦେଉଛନ୍ତି ମାତ୍ର ସେମାନଙ୍କୁ ବନ୍ଦ କରି କୃଷକ ସାଥୀ ମାନଙ୍କୁ ଦେବା ।
ଜିଆଖତ ବହୁଳ ବ୍ୟବହାର : ମାଟିରେ ଜିଆଖତର ବହୁଳ ବ୍ୟବହାର କିପରି ଚାଷୀ ତା ବିଲରେ ପ୍ରୟୋଗ କରିବ, ପ୍ରସ୍ତୁତି ଇତ୍ୟାଦି ଚାଷୀଙ୍କୁ ବୈଠକକୁ ଡ଼ାପି ବୁଝାଇଥାଏ । ଇ – ରୋଗପୋକ ସର୍ବେକ୍ଷଣ କରିବା ଇତ୍ୟାଦି କାକ କୃଷକ ସାଥୀ ପରୋକ୍ଷରେ କରିଥାଏ । କାରଣ ପ୍ରତ୍ୟେକ ରୋଗ ଓ ପୋକ ଚାଷର ପ୍ରଧାନ ଶତ୍ରୁ, ରୋଗ ଓ ପୋକୁ ସର୍ବେକ୍ଷଣ କରିବା, ରିପୋର୍ଟ ପ୍ରଦାନ ପଂଚାୟତ କିମ୍ବା ପ୍ରତ୍ୟେକ ଗାଁରେ କୃଷି କର୍ମଚାରୀ ନାହାଁନ୍ତି ସେହିଠାରେ କୃଷକ ସାଥୀଟିଏ ଥାଏ ।
ଦୈବ ଦୁର୍ବିପାକ ସମୟରେ : ବନ୍ୟା ବାତ୍ୟା ସମୟରେ ଚାଷୀ ପରିବାରକୁ ସହ ଭରସା କୃଷକ ସାଥୀ । ସେ ସମୟରେ କୃଷକ ସାଥୀ କୌଣସି କଥାକୁ ଖାତିର ନକରି ଚାଷୀ ପରିବାରର ପାଖରେ ଥାଏ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ଚାଷୀଙ୍କୁ ବୁଝାଇଥାଏ । କେଉଁ ଫସଲ ପାଇଁ କେତେ ଟଙ୍କା ଜମା କରିବାକୁ ପଡ଼ିବ ତାହା ଚାଷୀଭାଇଙ୍କୁ ବୁଝାଇଥାଏ । କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା । ଉକ୍ତ ଯୋଜନାରେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଜମାଖାତାକୁ ଟଙ୍କା ଯାଉଛି । ବଳରାମ ଯୋଜନାରେ ଭାଚଚାଷୀ, ଭୂମିହୀନ ଚାଷୀମାନେ ଋଣ ପାଇବେ ମାତ୍ର କୃଷକ ସାଥୀ ଫର୍ମ କରି ବ୍ୟାଙ୍କରେ ଦେଲେ ବ୍ୟାଙ୍କ ଟଙ୍କା ଦେଉନାହିଁ, ଯାହାଫଳରେ ଚାଷୀଙ୍କ ପାଖରୁ ଗାଳିଗୁଲଜ ଶୁଣିବାକୁ ପଡ଼େ । ଡ଼ାଟାବେସ ଯୋଜନାରେ ଚାଷୀର ଡ଼ାଟାକୁ ପଞ୍ଜିକରଣ କରିବା ପାଇଁ କୃଷକସାଥୀର ସମ୍ପୂର୍ଣ୍ଣ ଭୂମିକା ନିଭାଇଥାଏ । ପରିସଂଖ୍ୟନ ବିଭାଗ କୃଷକ ସାଥୀକୁ ପରିସଂଖ୍ୟାନ ବିଭାଗରେ ଜମି ବିନିରୋଗ ସର୍ଭେ ପାଇଁ ଦେଇଥିଲେ ୬ ମାସ ପାଇଁ କୃଷକ ସାଥୀ ସେ କାମକୁ ଭଲ ଭାବରେ କରିଛନ୍ତି ।
ସରକାରଙ୍କ ପାଖରେ ଦାବି (୧) କୃଷି ବିଭାଗ ସହିତ ୧୬ ବର୍ଷ କାମ କରି ଆସୁଥିବାରୁ କୃଷକ ସାଥୀମାନଙ୍କୁ ନିଯୁକ୍ତି ପ୍ରଦାନ ଓ ସରକାରୀ କର୍ମଚାରୀ ମାନ୍ୟାତା (୨) କୃଷି ବିଭାଗ ମଧ୍ୟରେ ଥିବା ଅଲଗା ଅଲଗା ବିଭାଗ ଗୁଡ଼ିକରେ କୃଷକସାଥୀଙ୍କୁ ନିୟୋଜିତ କରାଯିବା (୩) ବିଗତ ଦିନରେ କୃଷକସାଥୀଙ୍କୁ ଉଦ୍ୟାନ ବିଭାଗରେ ରଖିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ କାର୍ଯ୍ୟକାରୀ ଗଲାଗଲା ନାହିଁ (୪) ପରିସଂଖ୍ୟନ ବିଭାଗରେ କୃଷକସାଥୀମାନଙ୍କୁ ତାଲିମ ଦିଆଯାଇ ଜମି ବିନିଯୋଗ ସର୍ଭେ କରାଯାଇଥାଏ । ବର୍ତମାନ ତାଙ୍କୁ ଏସ୍.ଏଫ୍.ଏସ୍ ରେ ନିଯୁକ୍ତି କରାଯିବା (୫) କୃଷକ ସାଥୀମାନେ କ୍ଷେତରେ କାର୍ଯ୍ୟ କରିବା ସମୟରେ ବହୁତ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ସାମାଜିକ ସୁରକ୍ଷା ଯୋଗାଇବା ସହିତ ବୀମାଭୁକ୍ତ କରାଯିବା (୬) ବ୍ଲକ କର୍ମଚାରୀଙ୍କ ନିର୍ଦ୍ଧେଶକ୍ରମେ କୃଷକସାଥୀମାନେ କାର୍ଯ୍ୟ କରୁଥିବା ବେଳେ ବହୁତ କୃଷକସାଥୀ ଅକାଳରେ ପ୍ରାଣବଳି ଦେଇଛନ୍ତି । ସେମାନଙ୍କୁ କୃଷକ ଯୋଦ୍ଧା ଘୋଷଣା କରିବା ସହିତ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବା ।
ତେଣୁ ଆଉ ବେଶୀଦିନ ଏପରି ଚଳିବ ନାହିଁ । ଆଗାମୀ ଦିନରେ ସମସ୍ତ କୃଷକସାଥୀ ଗ୍ରାମ ପଂଚାୟତ, ବ୍ଲକ ଓ ଜିଲ୍ଲାଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ତୀକ୍ଷ୍ଣ କରିବ । ଓଡ଼ଶା କୃଷକ ସାଥୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରାଙ୍କ ନିର୍ଦ୍ଧେଶକ୍ରମେ ସଂଗଠନର ପଦପଦୀର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟ ଉପଦେଷ୍ଟା ରୂପେ ସୁରେନ୍ଦ୍ର କମାର ସ୍ୱାଇଁ, ରାଜ୍ୟ ସଭାପତି ରୂପେ ସୁବୋଧ କୁମାର ବାରିକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ରୂପେ ଅଭିଜିତ ଗୌତମ ଓ କୋଷାଧ୍ୟକ୍ଷ ରୂପେ କୃଷ୍ଣଚନ୍ଦ୍ର ପରିଡାଙ୍କୁ ମନୋନୀତ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ ।