Wednesday , May 31 2023
Home / ବିଶେଷ / ଓଭର ବ୍ରିଜ ନିର୍ମାଣ ପାଇଁ ପ୍ରଥମ ବୈଠକ: ଜମି ଅଧିଗ୍ରହଣ ପାଇଁ ପ୍ରୟାସ

ଓଭର ବ୍ରିଜ ନିର୍ମାଣ ପାଇଁ ପ୍ରଥମ ବୈଠକ: ଜମି ଅଧିଗ୍ରହଣ ପାଇଁ ପ୍ରୟାସ

ନିରାକାରପୁର, ୨୨/୧୦/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଫାଟକ ଉପରେ ଓଭର ବ୍ରିଜ ନିର୍ମାଣ କରିବାକୁ ପ୍ରଶାସନ ଚେଷ୍ଟା କରୁଥିବବେଳେ ସ୍ଥାନୀୟ କ୍ଷତିଗ୍ରସ୍ତ ହେଉଥିବା ଲୋକମାନେ ବେସାହାରା ହୋଇଯିବେ ଓ ଜମିର ବଜାର ଦର ଅତ୍ୟଧିକ ହୋଇଥିବାରୁ ଆଉ ଜମି କ୍ରୟ କରିବାରେ ଅକ୍ଷମତା ପ୍ରକାଶ କରି ଜାଗା ନ ଛାଡ଼ିବାକୁ ଦାବି ରଖିଥିବାରୁ ପ୍ରଶାସନ ସ୍ଥାନୀୟ ଭୈରବୀ ମନ୍ଦିରରେ ଏକ ବୈଠକ ଡାକିଥିଲେ। ପ୍ରଥମେ ଓଭର ବ୍ରିଜ ନିର୍ମାଣ ହେବା ପୂର୍ବରୁ କାର୍ୟ୍ୟ ଆରମ୍ଭ ପାଇଁ ଅସ୍ଥାୟୀ ଭାବେ ରେଳ ଫାଟକ କୁ ଉତ୍ତର ଦିଗକୁ ସ୍ଥାନାନ୍ତରିତ କରି ଗାଡିଗୁଡିକ ଅତିକ୍ରମ କରିବା ପାଇଁ ରେଳ ଫାଟକ ନିକଟସ୍ଥ କ୍ଷତିଗ୍ରସ୍ତ ହେଉଥିବା କିଛି ଲୋକଙ୍କୁ ଡାକି ବୁଝାସୁଝା କରିଥିଲେ। ଆଉ କେବଳ ଅ।ବଶ୍ୟକ ଜମି ଉଚିତ୍ ମୂଲ୍ୟରେ ନେବା ସହ ଆଉ ଥରେ ମାପ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକେ ଯଦି ଉଚିତ୍ ମୂଲ୍ୟ ପାଇବେ ତେବେ କିଛି ବିଚାର କରିବେ ବୋଲି ଯୁକ୍ତି ବ।ଢିଥବ। ଜଣାପଡିଛି। ବୈଠକରେ ଟାଙ୍ଗୀ ତହସିଲଦାର, ଆର ଆଣ୍ଡ ବି ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published.