ଜୁନାଗଡ଼, ୨୨/୧୦/୨୦୨୨(ଓଡ଼ିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜାରିଙ୍ଗସ୍ଥିତ ନବମ ଆଇ ଆର ବି ବାଟାଲିଆନ ଦ୍ବାରା ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ୩ ଜଣ ଶହୀଦ ଙ୍କ ସମେତ ସାରା ଦେଶରେ ଶହୀଦ ହୋଇଥିବା ମୋଟ ୨୬୫ ଜଣ ଙ୍କୁ ଶହୀଦ ସ୍ତମ୍ଭ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହି ଅବସରରେ ନବମ ବାଟାଳିଆନ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ OAPS ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଇନ୍ସପେକ୍ଟର ବିଜଯ କୁମାର ନନ୍ଦ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ପେରେଡ ରେ ଅଭିବାଦନ ଗ୍ରହଣ କରି ନବମ ବାଟାଳୀଆନ ସର୍ବଦା ଦେଶ ମାତୃକା ର ସେବା କରିବା ପାଇଁ ତତ୍ପର ଏବଂ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ପାତାର ସୋରେଙ୍ଗ OAPS ଓ ସନ୍ତୋଷ ବିଶ୍ବାଳ OAPS ତଥା ଅଶିଷ୍ଟାଣ୍ଟ କମାଣ୍ଡାଣ୍ଟ କଲି ଚରଣ ମାଝି OAPS, ଶରତ କୁମାର ସୁନା OAPS ଓ ମହେନ୍ଦ୍ର ଭୋଇ OAPS ଙ୍କ ସମେତ ସମସ୍ତ ସୁବେଦାର, ସହକାରୀ ସୁବେଦାର ତଥା ସିପାହୀ ଙ୍କ ସମେତ ସ୍ଥାନୀୟ ଜଣା ପ୍ରତିନିଧି ତଥା ବୁଦ୍ଧିଜୀବି ଉପସ୍ଥିତ ଥିଲେ ।