Thursday , June 1 2023
Breaking News
Home / ତାଜା ଖବର / Breaking News : କଟକ ମହାନଦୀ ବିହାରରେ ଡ଼କାୟତି

Breaking News : କଟକ ମହାନଦୀ ବିହାରରେ ଡ଼କାୟତି

କଟକ, ୨୧/୧୦/୨୦୨୨(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ସକାଳେ କଟକ ମହାନଦୀ ବିହାରରେ ଜଣେ ବ୍ୟକ୍ତିଙ୍କ ଘରେ ଡକାୟତି ହୋଇଥିବା ସୂଚନା ମିଳିଛି। ୫ଜଣ ଦୁର୍ବୁତ୍ତ କଟକ ମହାନଦୀ ବିହାରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ପଶି ୧୮ଲକ୍ଷ ରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତଙ୍କ ମାଡ଼ରେ ଘର ମାଲିକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି। ତେବେ ଡକାୟତି ଗ୍ୟାଙ୍ଗ କିମ୍ବା ଲୁଟ ହୋଇଥିବା ଟଙ୍କା ସମ୍ପର୍କରେ ପୁଲିସ କୌଣସି ସୁରାକ ମିଳିନଥିବା ଜଣାପଡ଼ିଛି।

ମିିଳିଥିବା ସୂଚନା  ଅନୁସାରେ ଆଜି ସକାଳେ ( ପ୍ରାୟ ୬ ଟା ରୁ ସାଢ଼େ ୬ ଟା ମଧ୍ୟରେ ) ହଠାତ୍ ଡକାୟତମାନେ ମହାନଦୀ ବିହାର ପ୍ଲଟ୍ ନଂ ୫୬୭ ରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଘରର ଲୋକ ମାନଙ୍କୁ ବାନ୍ଧି ପକାଇ ଲୁଟ୍ ପାଟ ଆରମ୍ଭ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାରୁ ତାଙ୍କୁ ଡକାୟତ ମାନେ ଆକ୍ରମଣ କରିଥିଲେ । ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଫାଟିଛି । ତାଙ୍କର ଏକ ଜମି ରେଜିଷ୍ଟ୍ରେସନ୍ ହେବାର ଥିଲା । ତେଣୁ ତାଙ୍କ ପାଖରେ ଥିବା ଟଙ୍କା ଓ ବ୍ୟାଙ୍କ ରୁ ଉଠାଇଥିବା ଟଙ୍କା ସବୁ ଘରେ ଥିଲା । ସେ ସମସ୍ତ ଟଙ୍କା ଡ଼କାୟତମାନେ ଲୁଟିନେଇଛନ୍ତି । ଡ଼କାୟତମାନେ ଡ଼କାୟତି କରି ଘରେ ଲାଗିଥିବା ସିସିଟିଭି ର ହାର୍ଡ଼ ଡ଼ିସ୍କ ମଧ୍ୟ ନେଇଯାଇଛନ୍ତି ।  ରାତିରେ ଲୁଟ୍ ପାଟ୍ ବଦଳରେ ସକାଳୁ ସକାଳୁ ଡକାୟତମାନେ ଏପରି କରିବା ନିଶ୍ଚିତ ଭାବେ ଆଶ୍ଚର୍ୟ୍ୟଜନକ ଘଟଣା ।   ଡ଼କାୟତି ଘଟଣା ପରେ ଦୀପ୍ତି ରଞ୍ଜନ ଙ୍କ ପରିବାର ଭୟଭିତ ଅବସ୍ଥାରେ ଅଛନ୍ତି ।ଖବର ପାଇ କର୍ପୋରେଟର ସୁବ୍ରତ ଘଡ଼େଇ ଓ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଇଂଟିଫିକ୍ ଟିମ ସହାୟତାରେ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.