ଓକିଲ ସଂଘ ତରଫରୁ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ
ଭୁବନେଶ୍ୱର,୨୧/୧୦/୨୦୨୨(ଓଡ଼ିଶା ସମାଚାର)-କୋର୍ଟ ପରିସରକୁ ହାଇକୋର୍ଟର ବିଚାରପତି ଏସ୍ ତାଳପତ୍ର ଓ ଭି ନର୍ସିଂହା ପରିଦର୍ଶନରେ ଆସିଥିଲେ । ବିଭିନ୍ନ ବରିଷ୍ଠ ଓକିଲମାନଙ୍କ ସହ ଓକିଲ ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । କୋର୍ଟର ବିଭିନ୍ନ ସମସ୍ୟା ଓ ଜିଲ୍ଲା କୋର୍ଟରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାୟ ୨ଘଂଟା ପର୍ଯ୍ୟନ୍ତ ବହୁ ଆଇନଜୀବୀ ସାମିଲ ହୋଇ ଏଥିରେ ଅଂଶଗ୍ରହଣ କରିଥିଲେ ।
ସେହିପରି ପୂର୍ବାହ୍ନରେ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟ ଗେଟ୍ ନଂ ୭ରେ ଓଟିଭି କେୟାର ସହଯୋଗରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି । ଏଥିରେ ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନୁ୍ୟ ସ୍ୱାଇଁ, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ସବ୍ୟସାଚି ସୂତାର, ଅଭିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, କୁଲଦିପ୍ ରାଉତରାୟ, ଅଶୋକ ସାହୁ, ପ୍ରଦୀପ ପାଲ, ଦିପ୍ତି ରଞ୍ଜନ ଦଳାଇ, ଅମିତ୍ରା ସାହୁ, ବନ୍ଦିତା ସାମଲ, ବରିଷ୍ଠ ଆଇନଜୀବୀ ତାପସ ଦାସ, ଡ. ଲିଙ୍ଗରାଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।