ଭୁବନ ୨୧/୧୦/୨୦୨୨(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅରାସାହି ନିବାସୀ ଗୌରାଙ୍ଗ ଚରଭ ବାରିକ ଙ୍କ ପୁତ୍ର ଲକ୍ଷ୍ମୀଧର ବାରିକ (ଲିପୁ) ଙ୍କର ଗତକାଲି ରାତି ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା । ଆଜି ତାଙ୍କ ମରଶରୀର ଭୁବନରେ ପହଁଚିବା ପରେ ପରିବା ବ୍ୟବସାୟୀ ଓ ଶତାଧିକ ବ୍ୟକ୍ତି ଶବାଧାରେ ସାମିଲ ହୋଇ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ । ସ୍ୱର୍ଗତ ଲିପୁ ପରିବା ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସେ ଜଣେ କର୍ମଠ , ମିଷ୍ଟଭାଷୀ ,ମେଳାପୀ ଓ ପରୋପକାରୀ ଯୁବକ ଥିଲେ । ମହାମାରୀ କରୋନା ସମୟରେ ଲୋକଙ୍କ ଠାରୁ ଫୋନ କଲ ପାଇ ସେ ଘରେ ଘରେ ନେଇ ପରିବା ପହଁଚାଉଥିଲେ । ଲିପୁ ଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।