Monday , June 5 2023
Breaking News
Home / ବିଶେଷ / ମୂଲ୍ୟବାନ ବାଉଳମାଳ ପଥର ଚୋରା ଚଲାଣ ବେଳେ ପୋଲିସ ର ଚଢ଼ାଉ: ୪ ଗାଡି ଜବତ , ୭ ଅଭିଯୁକ୍ତ ଗିରଫ

ମୂଲ୍ୟବାନ ବାଉଳମାଳ ପଥର ଚୋରା ଚଲାଣ ବେଳେ ପୋଲିସ ର ଚଢ଼ାଉ: ୪ ଗାଡି ଜବତ , ୭ ଅଭିଯୁକ୍ତ ଗିରଫ

ନିରାକାରପୁର,୨୧/୧୦/୨୦୨୨(ଓଡ଼ିଶା ସମାଚାର)- ନରଣଗଡ ପଞ୍ଚାୟତ ହଡପଦା ରେ ଥିବା ପାହାଡ଼ରୁ ବେଆଇନ ଭାବରେ ମୂଲ୍ୟବାନ ବଉଳ ମାଳ ପଥର ଚୋରା ଚାଲାଣ ବେଧଡକ ଚାଲିଛି। ମାଫିଆ ମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ସରକାରଙ୍କ ରାଜସ୍ବ ହାନି ହେଉଛି। ଆଜି ପଥର ଚୋରା ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଂକିଆ ଥାନା ପୋଲିସ ଓ ଖୋର୍ଦ୍ଧା ତହସିଲଦାର , ଜଗନ୍ନାଥ ମନ୍ଦିର ପ୍ରଶାସନ ମିଳିତ ଚଢ଼ାଉ କରି ୪ ଗାଡି ଟି ଜବତ କରିବା ସହିତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦିବ୍ୟରଞ୍ଜନ ସାହୁ, ଆଜାଦ ଥାସା, ପ୍ରଶାନ୍ତ ବେହେରା, ସଞ୍ଜୟ ରାମ, ଜ୍ୟୋତି ରଞ୍ଜନ ବାଲିଆରସିଂ, ହଜାରୀ ଭୁଜବଳ ଓ ସଞ୍ଜୟ ସାମନ୍ତରାୟ।

Leave a Reply

Your email address will not be published.