ନିରାକାରପୁର,୨୧/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ଜଂକିଆ ଥାନା ହଜ ପଂଚାୟତ ସିକୋ ଫାଣ୍ଡି ଅନ୍ତର୍ଗତ କଲରାଝର ଗ୍ରାମର ଝିଲି ଜୟସିଂହ(୩୦)ନାମକ ଜଣେ ମହିଳା ତାକଂର ଘରେ ଥିଲେ। ପୋଲିଓଯୁକ୍ତ ଶାରିରୀକ ଅକ୍ଷମ ୪ବର୍ଷର ଶିଶୁକନ୍ୟା ରାକ୍ଷୀ ଜୟସିଂହକଂ ଏକ ଜରୁରୀ କାମରେ ଭାରତୀୟ ଷ୍ଟେଟବ୍ୟାକଂ ଛଣଗିରି ଶାଖାକୁ ୨୧ତାରିଖ ସକାଳ ପ୍ରାୟ ସାଢେ୧୦ଟା ସମୟରେ ଘରୁ ବାହାରି ଯାଇଥିଲେ। ରାସ୍ତାରେ ଏକାକୀ ଚାଲିକରି ଯାଉଥିବାବେଳେ ହଜ- ଛଣଗିରି ରାସ୍ତାରେ ମୁହଁରେ କଳାମାକ୍ସ ପିଧିଂ ବାଇକରେ ଯାଉଥିବା ଜଣେ ବାଇକ ଆରୋହୀ ମୁଁ ତୁମକୁ ତୁମେ ଯାଉଥିବା ସ୍ଥାନରେ ପହଂଚାଇ ଦେବି ବୋଲି କହି ବାଇକରେ ବସାଇ ତାକଂର ଗନ୍ତବ୍ୟ ପଥକୁ ନନେଇ ଅନ୍ୟ ରାସ୍ତାରେ ନେଇ ବହୁତ ଦୂର ଏକ ନିଛାଟିଆ ଜଂଗଲ ଭିତରକୁ ନେଇ ଏହି ମହିଳା ଜଣକୁ ଧମକ ଚମକ ଦେଇଥିଲେ। ମହିଳା ଜଣକ ଏ ଘଟଣା ସଂପର୍କରେ ଘରେ ଥିବା ତାଙ୍କର ବିଧବା ଶାଶୁକୁଂ ନିଜ ମୋବାଇଲ ନମ୍ବରରୁ ଫୋନ କରି ଜଣାଇବାରୁ ପାଖରେଥିବା ଅପହରଣକାରୀ ଅଭିଯୁକ୍ତ ଜଣକ ତାକୁଂ ବିଭିନ୍ନ ଧମକ ଦେଇ ମୋବାଇଲଟିକୁ ଛଡାଇନେଇ ସୁଇଜ ଅଫ କରିଦେଇଥିବାରୁ ଏହି ଅପହୃତାକଂ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନାହି। ଏ ସଂପର୍କରେ ଜଂକିଆ ଥାନାରେ ତାକଂର ବିଧବା ବୃଦ୍ଧାଶାଶୁ ଅଭିଯୋଗ କରିଛନ୍ତି।ପୁଲିସ ସହିତ ଯୋଗାଯୋଗ କରିବାରୁ ଅଭିଯୋଗକାରୀକୁଂ ଲୋକେସନ ମଗାଯାଇଛି।ମୋବାଇଲଟି ସୁଇଚଅଫ ଥିବାରୁ ଟ୍ରାକିଂ ସମ୍ଭବ ହୋଇପାରିବ ନାହି। ମୋବାଇଲ ଖୋଲିବାପରେ ବ୍ୟବସ୍ଥା କରାଯିବ ବୋଲି ପୁଲିସ କହିଥିବାବେଳେ ପୋଲିସ ଏସଆଇ ବିଡି ରାୟ କହିଛନ୍ତି ଶେଷ ଲୋକେସନ ଭୁବନେଶ୍ୱର ଦେଖାଉଛି। ତା ପରେ ସ୍ଵଚି ଅପ୍ ହୋଇଛି। ଲେଖାହେବାବେଲକୁ ଅପହୃତା ମହିଳାକଂ ବିଧବା ବୃଦ୍ଧାଶାଶୁ ଥାନାରେ ଥିବାବେଳେ ତାକଂ ଘରେ ତାକଂର ୪ବର୍ଷର ଶାରିରୀକ ଅକ୍ଷମ ଶିଶୁକନ୍ୟା ଓ ୨ବର୍ଷର ଏକ ଶିଶୁପୁତ୍ର ରହିଥିଲେ। ତାକଂର ସ୍ବାମୀ ବଳଭଦ୍ର ଜୟସିଂହ(୩୨)ବାହାର ରାଜ୍ୟରେ ଏକକାମକରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।ଶେଷ ରିପୋର୍ଟ ଲେଖା ହେବାପର୍ଯ୍ୟନ୍ତ ମହିଳାକଂ କୌଣସି ସଂଧାନ ମିଳିନଥିବା ଜଣାପଡିଛି।