କଟକ, ୨୧/୧୦/୨୦୨୨(ଓଡ଼ିଶା ସମାଚାର)- ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଲା । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । କେବଳ ଔପଚାରିକ ଘୋଷଣା ବାକି ରହିଥିବାବେଳେ ପ୍ରଣବ ପ୍ରକାଶ ଦାସ ସଭାପତି ଆସନରେ ଅଳଙ୍କୃତ ହୋଇଛନ୍ତି ।
ସେହିପରି ସଂପାଦକ ଭାବେ ସଞ୍ଜୟ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ପ୍ୟାନେଲରେ ପ୍ରଣବଙ୍କ ସମେତ 6 ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଥିବାବେଳେ କେବଳ ଔପଚାରିକ ଘୋଷଣା ବାକି ଅଛି ।