କଟକ ସଦର, ୨୧/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂର୍ବାନୁମାନ ଅନୁଯାୟୀ ଆଜି (ଶୁକ୍ରବାର) କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଅପ୍ରତିଦ୍ଵନ୍ଦୀ ସଭାପତି ଭାବେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାମସରପୁର କୃଷକ ସେଵା ସମଵାୟ ସମିତିର କାର୍ଯ୍ୟରତ ସଭାପତି ପ୍ରଭାତ ଚନ୍ଦ୍ର କାନୁନଗୋ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ମଧ୍ୟ ଶ୍ରୀ କାନୁନଗୋ ପରିଚାଳନା ପରିଷଦର ସଭ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ଏଥି ସହିତ ୧୪ ଜଣ ଅପ୍ରତିଦ୍ଵନ୍ଦୀ ପରିଚାଳନା ପରିଷଦ ସଭ୍ୟ/ ସଭ୍ୟା ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଵୋର୍ଡ ଆସନ୍ତା ୫ ଵର୍ଷ ପାଇଁ କାର୍ଯ୍ୟ କରିଵ ଵୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ରାଜ୍ୟର ଏକ ଅଗ୍ରଣୀ ତଥା ପୁରାତନ ଵ୍ୟାଙ୍କ ଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ୧୯୫୬ ମସିହାରୁ ଅବିଭକ୍ତ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାର ୩୮ ଗୋଟି ଶାଖାର ୪୬୮ ପ୍ରାଥମିକ କୃଷି ସମବାୟ ସମିତିକୁ ନେଇ କାର୍ଯ୍ୟ କରୁଅଛି।ନୁତନ ସଭାପତି ଭାବେ ଦାୟିତ୍ଵ ଗ୍ରହଣ ପରେ ଶ୍ରୀ କାନୁନଗୋ ଓ ପରିଚାଳନା ପରିଷଦର ନୂତନ ସଦସ୍ୟ/ ସଦସ୍ୟା ମାନଙ୍କୁ ଵ୍ୟାଙ୍କର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ସମ୍ବର୍ଦ୍ଧିତ କରିଥିଲେ।