Thursday , June 1 2023
Breaking News
Home / ବିଶେଷ / ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା ରେ  ଆଉ ଦୁଇ ଜଣ ଗିରଫ 

ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା ରେ  ଆଉ ଦୁଇ ଜଣ ଗିରଫ 

 ନିରାକାରପୁର, ୨୧/୧୦/୨୦୨୨(ଓଡ଼ିଶା ସମାଚାର)- +୨ ପ୍ରଥମ ବର୍ଷ ପାଠପଢୁଥିବା ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୂଖ୍ୟ ଅଭିଯୁକ୍ତ ସମେତ ପରିବାର ୭ଗିରଫ କୋର୍ଟ ଚାଲାଣ ହୋଇ ଥିବା ବେଳେ ଆଜି ଆଉ ଦୁଇ ଜଣ ଗିରଫ ହୋଇଛନ୍ତି।  ପ୍ରକାଶ ଥାଉ କି ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ ୧୭ବର୍ଷ। ଇପସିତା +୨ ପ୍ରଥମ ବର୍ଷ ପାଠପଢୁଥିବା ବେଳେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ସଜତ ଶାହା ନାମକ ଜଣେ ଯୁବକ ପ୍ରେମରେ ପଡିଥିଲେ। ଚତୁରତାର ସହିତ ଯୁବକ ଜଣଙ୍କ ନାବାଳିକା ର କିଛି ଅନ୍ତରଂଗ ମୁହୁର୍ତ୍ତ ର ଫଟୋ ରଖି ବ୍ଲାକମେଲିଂ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଯୁବତୀ ଜଣଙ୍କ ପରିବାର ଲୋକେ ଘଟଣା ଜାଣିବା ପରେ ଝିଅକୁ ତାଗିଦ କରିଥିଲେ ବାପା ମା। ଝିଅ ବି ସିଧାସିଧା ଯୁବକ ଜଣଙ୍କୁ ପ୍ରେମ କରୁନାହାନ୍ତି ବୋଲି ଫୋନରେ ମନା କରିଦେଲେ।ଯୁବକ ଜଣଙ୍କ ଏକତରଫା ପ୍ରେମ କରି ବିଫଳ ହେବାରୁ ରଖିଥିବା ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲା। ଅନେକ ସମୟରେ ଫୋନରେ ସଜତ ଶାହା,ତାର ଭାଇ ଓ ବାପା ମିଶି ନାବାଳିକା ଇପସିତା କୁ ଦେଉଥିଲେ ମାନସିକ ନିର୍ଯ୍ୟାତନା।ଏ ସଂମ୍ପର୍କରେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ଇପସିତା ଓ ତାର ପରିବାର ଲୋକେ।ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ।ସମାଧାନ ପରେ ବଢିଚାଲିଥିଲା ନିର୍ଯ୍ୟାତନା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ କରୁଥିଲେ ହରରାଣ ହରକତ।ସଜତ ଶାହା ଓ ତାର ବାପା ଇପସିତା ଘର ଦୁଆର ମୁହଁରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ପାଖରେ ଥିବା ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ମୃତକର ଶବକୁ ଥାନା ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ।ଘଟଣା ସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ପରିବାର ସଦସ୍ୟ ଓ ଗ୍ରାମବାସୀ ମାନଙ୍କୁ ବୁଝାଶୁଝା କରି ଅଭିଯୁକ୍ତ ମାନଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ହଟିଥିଲା।ଘଟଣାଦିନ ପୋଲିସ ସଜତ ସାହା ପରିବାରର ୬ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଜତ ଶାହାକୁ  ପରେ ଓ ଆଜି  ଖଜୁରୀପଡ଼ା   ଗ୍ରାମର   ସୁଲେମାନ ସାହା ଓ ରେହମାନ ଶାହାଙ୍କକୁ  ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published.