ନିରାକାରପୁର, ୨୧/୧୦/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ ଖେଳ ପଡିଆ ରେ ଆଜି ଦ୍ୱିତୀୟ ସେମିଫାଇନାଲରେ ମ୍ୟାଚରେ ଅରୁଗୁଳ ଫୁଟବଲ ଟିମ୍ ଖୋର୍ଦ୍ଧା ମୁକ୍ତାପୁରକୁ ଭେଟିଥିଲେ । ଖେଳ ଶେଷ ପଯ୍ୟନ୍ତ ଅମିମାଂସିତ ରହିବାରୁ ଟ୍ରାଇବ୍ରେକର ର ସାହାଯ୍ୟ ନିଆଯାଇଥିଲା।
ପରେ ଅନୁଗୁଳ କ୍ଲବ ୫_୪ ଗୋଲ ସ୍କୋର କରି ଖୋର୍ଦ୍ଧା ମୁକ୍ତାପୁର କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜି ଅତିଥିଭାବେ ବିଜେଡ଼ି ମହିଳା ମୋର୍ଚ୍ଚା ସଭାପତି ସ୍ମୃତିରେଖା ମହାରଥୀ ଓ ସମିତି ସଭ୍ୟ ଶାନ୍ତିଲତା ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳକୁ ଫକିର ନିସଂକ୍, ହୃଦାନନ୍ଦ ମହତରାୟ, ଶରତ ଛୋଟରାୟ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।