Saturday , June 10 2023
Breaking News
Home / ବିଶେଷ / ଜନ୍ମ ଜୟନ୍ତୀରେ କବି ମଞ୍ଜୁଳଙ୍କୁ ଶ୍ରଦ୍ଧା ସୁମନ

ଜନ୍ମ ଜୟନ୍ତୀରେ କବି ମଞ୍ଜୁଳଙ୍କୁ ଶ୍ରଦ୍ଧା ସୁମନ

 ଯାଜପୁର,୨୧/୧୦/୨୦୨୨(ଓଡ଼ିଶା ସମାଚାର)- କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କ ପବିତ୍ର ଜନ୍ମ ଦିବସରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଅନନ୍ୟା ସହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଚ୍ଥି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ତଥା ଜିଲ୍ଲା ସଂସ୍କୃତି ପରିଷଦର ଊପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଳିକଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲିକ ଏବଂ ଜିଲ୍ଲାସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା କୃଷ୍ଣ ପ୍ରସାଦ ବସୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଅନନ୍ୟା ସହିତ୍ୟ ସଂସଦର କର୍ମକର୍ତା ସର୍ବଶ୍ରୀ ଡଃ କାହ୍ନୁ ଚରଣ ମିଶ୍ର, ଦଶରଥ ସାମଲ, ବିଭୂତି ଭୂଷଣ ମହାପାତ୍ର, ହୃଷିକେଶ ପତି, ଅଧିକାରୀ ନବ କିଶୋର ଦାସ, ସୁଦାମ ଚନ୍ଦ୍ର ମହାପାତ୍ର, ଅଭିମନୁ୍ୟ ମିଶ୍ର, ବୃନ୍ଦାବନ ସ୍ୱାଇଁ ଏବଂ ବୃନ୍ଦାବନ ମିଶ୍ର ପ୍ରମୁଖ କବି ମଞ୍ଜୁଳଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । କବି କୃଷ୍ଣ ପ୍ରସାଦ ବସୁ ତାଙ୍କର କାଳଜୟୀ କୃତି ପାଇଁ ଜନ ମାନସରେ ସବୁଦିନ ରହିଥିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲିକ ମତ ବ୍ୟକ୍ତ କରିଥିଲେ । ତାଙ୍କର କୃତି ସମୁହ, ଆଖଡା ଘରେ ବୈଠକ, ବିଲ୍ୱମଙ୍ଗଳ, ହରିଶ୍ଚନ୍ଦ୍ର ଓ ତ୍ରିବିକ୍ରମ ଆଦି କାଳଜୟୀ ଲେଖା ଓଡିଶାର ପାଲା ସଂସ୍କୃତିକୁ ଊଜ୍ଜିବିତ କରି ରଖିଚ୍ଥି ବୋଲି ଊପସ୍ଥିତ ସାହିତ୍ୟ ପ୍ରେମି ମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published.