Wednesday , May 31 2023
Home / ବିଶେଷ / ଆଉ ହେବନାହିଁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ —

ଆଉ ହେବନାହିଁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ —

ସରକାର କରିଵେ ମନୋନୟନ- ରାଜ୍ୟରେ ଏହା ହେଵ ପ୍ରଥମ

କଟକ ସଦର, ୨୧/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଖାଲି ପଡିଥିବା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦୁଇ ଦୁଇ ଥର ଉଦ୍ୟମ କରାଯାଇଥିଲା ଵେଳେ ଖାଲି ଥିବା ଗତିରାଉତପାଟଣା ସମିତିସଭ୍ୟା ନିର୍ବାଚନ ଆଗ କରାଯିବା ଦାଵିରେ କେହି ସମିତି ସଭ୍ୟ/ ସଭ୍ୟା ନିର୍ବାଚନରେ ଭାଗ ନେଇ ନଥିଲେ। ଯାହା ଫଳରେ ଦୁଇଥର ଯାକ ନିର୍ବାଚନ ବାତିଲ ହୋଇଥିଲା। ଵିଧିଵ୍ୟଵସ୍ଥାକୁ ଚ୍ୟାଲେଞ୍ଜ କରାଯାଇ ଦୁଇ ଥର ନିର୍ବାଚନ ବାତିଲ ହୋଇଥିବାରୁ ପଞ୍ଚାୟତିରାଜ ନିୟମ ଅନୁସାରେ ଆଉ ସେଠାରେ ଅଧ୍ୟକ୍ଷ ନିର୍ବାଚନ କରାନଯାଇ ମନୋନୟନ ପ୍ରକ୍ରିୟାରେ ପଦବୀ ପୂରଣ ପାଇଁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ଯେଉଁଥିରେ ଜିଲ୍ଲା ପ୍ରଶାସନ ଅଭିଜ୍ଞତା, ବରିଷ୍ଠତାକୁ ଭିତ୍ତିକରି ସମିତି ସଭ୍ୟ/ ସଭ୍ୟାଙ୍କ ନାଁ ସରକାରଙ୍କୁ ପ୍ରଦାନ କରିଵ। ସେଥିରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ସରକାର ମନୋନୟନ କରିଵେ। ଏହା ହେଲେ – ଏହା ହେଵ ରାଜ୍ୟର ସର୍ଵ ପ୍ରଥମ ଘଟଣା। ସୂଚନାଯୋଗ୍ୟ ଯେ ଗତିରାଉତପାଟଣାର ଅପ୍ରତିଦ୍ଵନ୍ଦୀ ସମିତି ସଭ୍ୟା ବିଷ୍ଣୁପ୍ରିୟା ରାଉତ ସେହି ଅପ୍ରତିଦ୍ଵନ୍ଦୀ ଭାବେ ସମିତି ଅଧ୍ୟକ୍ଷା ହୋଇଥିଲେ। ଗତ ଏପ୍ରିଲ ୨୧ ରେ ତାଙ୍କର ଅକାଳ ବିୟୋଗ ଫଳରେ ଦୁଇଟି ଯାକ ଆସନ ୬ ମାସ ହେଲା ଖାଲି ରହିଥିଲା। ହେଲେ ଇତିମଧ୍ୟରେ ସମିତିସଭ୍ୟା ଭାବେ ବିଷ୍ଣୁପ୍ରିୟାଙ୍କ ଵଡ ବୋହୁ ଭାଗ୍ୟଲକ୍ଷ୍ମୀ ରାଉତ ସେହି ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି। ଯଦି ଭାଗ୍ୟଲକ୍ଷ୍ମୀଙ୍କ ନାଁ ତାଲିକାଭୁକ୍ତ ହୁଏ ତାହେଲେ ସିଏ ହିଁ ମନୋନୀତ ହେବା ସମ୍ଭାବନା ଅଧିକ ରହିଛି। କଟକ ସଦର ପଞ୍ଚାୟତ ସମିତି ନାଟକ ଭିନ୍ନ ଭିନ୍ନ ସମୟରେ ଭିନ୍ନ ମୋଡ ନେଉଥିବାରୁ ଏହା ପଛରେ ଅନ୍ୟ କିଛି ଅଭିସନ୍ଧି ଥାଇ ପାରେ ବୋଲି ଚର୍ଚ୍ଚା ଯୋର ଧରିଛି। ତେଵେ କେଉଁ ପାଣି କୁଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ଲୋକେ ଅପେକ୍ଷାରେ ଥିବା ଜଣାଯାଇଛି ।

Leave a Reply

Your email address will not be published.