Monday , June 5 2023
Breaking News
Home / ବିଶେଷ / ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର, ୨୦/୧୦/୨୦୨୨(ଓଡ଼ିଶା ସମାଚାର)-ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ପକ୍ଷରୁ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁରସ୍ଥିତ ବହୁମୁଖୀ ଯାତ୍ରୀ ନିବାସ କକ୍ଷରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗରଦପୁର ବ୍ଲକ୍ ୧୧ ନମ୍ବର ଜିଲା ପରିଷଦ ଜୋନ୍ ର ଶତାଧିକ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଙ୍କୁ କୋଭିଡ଼ ଯୋଦ୍ଧା ଭାବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପୌରୋହିତ୍ୟ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱୃତି ପରିଷଦର ଅଧ୍ୟକ୍ଷା ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜିବୀ ମଧୁମତି ଅଗ୍ରୱାଲା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ସମୟରେ ଦେଇଥିବା ଆହ୍ୱାନ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ କୁ ସମ୍ମାନ ଦେଇ ଗ୍ରାମାଂଚଳରେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ଛୁଆଁ ଅଛୁଆଁ ଭୁଲି ନିର୍ଭୟରେ କାମ କରି ଅନେକ ଜୀବନ ବଂଚାଇବାରେ ପ୍ରସଂଶନୀୟ କାମ କରିଥିବାରୁ କୋଭିଡ଼ ଯୋଦ୍ଧା ଭାବରେ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଉଛି ବୋଲି କହିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ବିଜେଡ଼ି ନେତା ରବି ସାମଲ, ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ସାମ୍ବାଦିକ ନବଘନ ନାୟକ, ଯୁବ ନେତା ଦିଲିପ କୁମାର ସେଠୀ , ସଂଗ୍ରାମ ସାହୁ ,ସମିତି ସଭ୍ୟ ବ୍ରଜ କିଶୋର ସାହୁ, ଯୁବନେତା ମେହେରବାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ସେହିପରି ପରିଷଦର ସହ ସମ୍ପାଦକ ସାରଦା ପ୍ରସାଦ ସାମନ୍ତରାୟ ବିବରଣୀ ପ୍ରଦାନ କରିଥିବାବେଳେ ସ୍ଥାନୀୟ ଗରଦପୁର ସରପଂଚ ଙ୍କ ପ୍ରତିନିଧି ରମାକାନ୍ତ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ଯୋଗଦେଇଥିବା ପଦ୍ମପୁର,ବେଡ଼ାରୀ,ପାଟକୁରା,ଗରଦପୁର,କଳାବୁଦା ଓ ପାଖଡ଼ ପଂଚାୟତର ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ଅଗ୍ରୱାଲା ମାନପତ୍ର ଓ ସାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ରଥିଆ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.