ମହାକାଳପଡ଼ା, ୨୦/୧୦/୨୦୨୨(ଓଡ଼ିଶା ସମାଚାର)- ମହାକାଳପଡ଼ା ବିଧାୟକ ତଥା ସମବାୟ, ଖାଦýଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଜୟନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ମନ୍ତ୍ରୀଙ୍କୁ ହଠାତ୍ ପାଖରେ ପାଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ହୋଇଯାଇଥିଲେ। ବିଭିନ୍ନ ଶ୍ରେଣୀ ଗୃହକୁ ପ୍ରବେଶ କରି ମନ୍ତ୍ରୀ ନାୟକ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ବିଦ୍ୟାଳୟ ୫-ଟି ଯୋଜନାରେ ରୂପାନ୍ତରୀକରଣ କରାଯାଇଥିବାରୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ଖୁସିବ୍ୟକ୍ତ କରିବା ସହିତ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ବ୍ଲକ ଶିକ୍ଷାଧିକାରୀ ତନ୍ମୟ ବେହେରା, ବ୍ଲକ ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ, ନଳିନୀପ୍ରଭା ଚୌଧୁରୀ, ଦେବବ୍ରତ ପରିଡ଼ା, ସୋମନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ କର, ବନମାଳୀ ଦାସ, ନବଘନ ପରିଡ଼ା, ହରପ୍ରିୟା ପ୍ରଧାନ, ବିଜୟ ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।