Wednesday , May 31 2023
Home / ଶିକ୍ଷା / ବୋଡଗଂରା ପାଟଣା ପ୍ରାଥମିକ ବିଦ୍ୟାଳୟ ମୂଖ୍ୟଫାଟକରେ ତାଲା

ବୋଡଗଂରା ପାଟଣା ପ୍ରାଥମିକ ବିଦ୍ୟାଳୟ ମୂଖ୍ୟଫାଟକରେ ତାଲା

ନିରାକାରପୁର, ୨୦/୧୦/୨୦୨୨(ଓଡ଼ିଶା ସମାଚାର)-ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିକ୍ଷା ନୀତି ପ୍ରଣୟନ କରୁଥିବା ବେଳେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକୁ ଶିକ୍ଷକ ଶିକ୍ଷୟିତ୍ରୀ ଫୁ କରି ଉଡାଇ ଦେଉଛନ୍ତି।ବିଦ୍ୟାଳୟ ମୂଖ୍ୟ ଫାଟକରେ ୪ଦିନ ଧରି ଚାବି ପଡିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କୋମାରେ ଥିବା ଦେଖିବାକୁ ମିଳିଛି।ଦେଖନ୍ତୁ ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଳକ ବୋଡଗଂରାପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ।ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ। ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଚଳିତ ମାସ ୧୫ ତାରିଖ ସୁଧା ଦାୟିତ୍ୱ ହସ୍ତାନ୍ତର ଦେବାର ଲିଖିତ ପ୍ରତିଶୃତି ଦେଇଥିଲେ ବ୍ଳକ ଶିକ୍ଷାଧିକାରୀ।ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କୁ ଫୁକରି ଉଡାଇ ଦେଇଛନ୍ତି ବିଦ୍ୟାଳୟ ର ଶିକ୍ଷୟତ୍ରୀ।ସୂଚନାଯୋଗ୍ୟ କି ଏହି ଦୁଇଟି ଦାବୀ ନେଇ ଗତମାସ ୨୭ଓ ୨୮ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ।ଘଟଣା ସ୍ଥଳରେ ଟାଗିଂ ଏବିଇଓ ପହଞ୍ଚି ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଦାବି ପୂରଣ ପାଇଁ ଏକ ଲିଖିତ ପ୍ରତଶୃତି ଦେଇଥିଲେ।ଦାୟିତ୍ୱ ହସ୍ତାନ୍ତର ନହେବାଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ୟ୍ୟ ହୋଇପାରୁନି। ବର୍ତମାନ ୫ ଟି ଶ୍ରେଣୀରେ ୯୬ ଜଣ ପିଲା ଶିକ୍ଷା ଲାଭ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି।୨ ଜଣ ଶିକ୍ଷକରୁ ଜଣେ ଶିକ୍ଷକ ଆଜି ପର୍ୟ୍ୟନ୍ତ ଛୁଟିରେ ଅଛନ୍ତି।ମୁଖ୍ୟ ଫାଟକରେ ତାଲା ପକାଇବାରୁ ଛାତ୍ରଛାତ୍ରୀ ମାନେ ପାଠ ନ ପଢ଼ଇ ଘରେ ରହୁଛନ୍ତି ଅନ୍ୟ ଜଣେ ଶିକ୍ଷୟତ୍ରୀ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗଛ ମୂଳରେ ବସି ଘରକୁ ଫେରୁଥିବା ଜଣାପଡିଛି।ବିଦ୍ୟାଳୟ ସମସ୍ୟା ସମାଧାନ ନହେବା ପର୍ୟ୍ୟନ୍ତ ଚାବି ପକାଇ ରଖିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁନାହାନ୍ତି।

Leave a Reply

Your email address will not be published.