Thursday , June 8 2023
Breaking News
Home / ବିଶେଷ / ବିନା ଲାଇସେନ୍ସ ରେ ମହଜୁଦ  ବହୁ ପରିମାଣର ବାଣ ଜବତ

ବିନା ଲାଇସେନ୍ସ ରେ ମହଜୁଦ  ବହୁ ପରିମାଣର ବାଣ ଜବତ

ସାଲେପୁର,୨୦/୧୦/୨୦୨୨(ଓଡିଶା ସମାଚାର  /ଅଭୟ ଜେନା )-କଟକ ଜିଲ୍ଲା ର ସାଲେପୁର ଅଞ୍ଚଳ ରେ  ଦୀପାବଳି ପୂର୍ବରୁ ବେଆଇନ ଭାବେ ମହଜୁଦ ବିପୁଳ ପରିମାଣ  ବାଣ ପୋଲିସ ଜବତ କରିଛି  । ଏହି କ୍ରମରେ  ବିଳମ୍ବିତ ରାତିରେ ଜଗତପୁର ଆଇ ଆଇସି ରବିନ୍ଦ୍ର ମେହେର ଙ୍କ ତତ୍ୱାବଧାନ ରେ ଜଗତପୁର ଥାନା   ର ତ୍ରିଲୋଚନପୁର, ଚମ୍ପତି,  ପଦ୍ମପୁର ଗାଁ ରେ ଚଢ଼ାଉ କରି ବହୁ ପରିମାଣରେ ବାଣ ,ତାଳ ଫୋଟକା,  ଘଡି ,  ହାବେଳି, ଶୂନଫୋଟକା,  ଫୁଲଝରି,  ଛୋଟ ଗଡ଼ମା, ବଡ଼ ଗଡ଼ମା ଆଦି ବିଭିନ୍ନପ୍ରକାର  ବାଣ ସବୁ ଜବତ କରାଯାଇଛି ।  କଟକ ର  ବିଭିନ୍ନ ଅଞ୍ଚଳ ତଥା  ଜିଲ୍ଲା ବାହାରୁ ଲୋକମାନେ ଏହି ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁ କୁ ବାଣକିଣି ବାକୁ ଆସିଥାନ୍ତି । ଏଠାକାର ଲୋକେ କୁଟୀର ଶିଳ୍ପ ଭଳି  ଘରେ ଘରେ ଦୀପାବଳି ପାଇଁ ବାଣ ତିଆରି କରିଥାନ୍ତି କିନ୍ତୁ କାହାର ବାଣତିଆରି ପାଇଁ ଲାଇସେନ୍ସ ନଥିବା ଜଣାପଡିଛି । ସେଥିପାଇଁ ବିଳମ୍ବିତ ରାତିରେ ଏହି ଗ୍ରାମ ମାନଙ୍କ ରେ ଚଢ଼ାଉ କରି ବିପୁଳପରିମାଣ  ବାଣ ପୋଲିସ ଜବତ କରିଛି  ।

Leave a Reply

Your email address will not be published.