ନିରାକାରପୁର, ୨୦/୧୦/୨୦୨୨(ଓଡ଼ିଶା ସମାଚାର)-ପ୍ରେମ ଶାଶ୍ବତ ,ଚିରନ୍ତନ।ପ୍ରେମ ଜାଣେ ନାହିଜାତି କି ଅଜାତି।ପୁରାଣରେ ଆମେ କେଦାରଗୌରୀ ପ୍ରେମ ,ରାଧାକୃଷ୍ଣ ଙ୍କ ପ୍ରେମ ସଂପର୍କରେ ଜାଣିଛେ। ଏବେ ଆଧୁନିକ କଳିଯୁଗରେ ପରଷ୍ପରକୁ ଭଲପାଇ ପ୍ରେମ କରୁଥିବା ଉଭୟ ପ୍ରେମୀଯୁଗଳ ଉଭୟ ପରିବାରର ସହମତିରେ ବିବାହ ବଂଧନରେ ସ୍ବାମୀ ସ୍ତ୍ରୀ ରୂପେ ବାଂଧିହୋଇ ନୂତନସଂସାର ସୃଷ୍ଟି କରୁଥିବାବେଳେ କେତେକସ୍ଥଳରେ ପରିବାରର ଅନିଛାହେତୁ ହେଉ କିମ୍ବା ପ୍ରେମିକାକୁ ପ୍ରେମିକ ପ୍ରତାରଣା କରି ଧୋକା ଦେବାରୁ ପ୍ରେମିକା ଆତ୍ମହତ୍ୟା କରୁଥିବା ବେଳେ ଅନ୍ୟକେତେକ ସ୍ଥାନରେ ପ୍ରେମିକକୁ ପ୍ରେମିକା ଧୋକାଦେଇ ପ୍ରତାରଣାକରି ଅନ୍ୟତ୍ର ବିବାହ କରିବାଦ୍ବାରା ପ୍ରେମିକ ଆତ୍ମହତ୍ୟା କରୁଛି।ତେବେ ଉଭୟ ପ୍ରେମିକ ଓ ପ୍ରେମିକାକଂ ପରଷ୍ପରକୁ ଭଲପାଇବା ସଂପର୍କ ଏତେ ନିବିଡଥିଲା ଯେ ଶେଷରେ ଉଭୟ ନିଜ ନିଜ ଗାଁରେ ଆତ୍ମହତ୍ୟା କରିଛନ୍ତି।ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ହଜପଂଚାୟତ ତଥା ଜଂକିଆଥାନା ସିକୋ ଫାଣ୍ଡି ଅନ୍ତର୍ଗତ ନିଧିପୁର ଗ୍ରାମ ଓ ବୋତଳମା ଗ୍ରାମପଂଚାୟତ ତଥା ବେଗୁନିଆ ଥାନା ଅନ୍ତର୍ଗତ ଛତ୍ରଡା ଗ୍ରାମରେ। ନିଧିପୁରଗ୍ରାମର ସହଦେବ ଚଂପତିକଂ ବଡପୁଅ ସୋନୁ(୨୨) ନିକଟବର୍ତ୍ତୀ ଛତ୍ରପଡା ଗ୍ରାମର ଘନଶ୍ୟାମ ଓରଫ ରତ୍ନାକର ବଳିୟାରସିଂହ ଙ୍କ ମଧ୍ୟମା କନ୍ୟା ମୋଚିଓରଫ ଅଂକିତା(୨୦)କୁଂ ଭଲ ପାଉଥିଲେ।ଉଭୟ ପରଷ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ। ସୋନୁ ବମ୍ବେର ଏକ ଘରୋଇ କଂପାନିରେ କାମକରି ଏବେ ଗାଁକୁ ବୁଲିବାକୁ ଆସିଥିଲା।ଆଉମାତ୍ର ଦିନ କେତେଟା ପରେ ସେ ନିଜରକର୍ମସ୍ଥଳିକୁ ଫେରିଯାଇଥାନ୍ତା।
ନିଜର କର୍ମସ୍ଥଳିକୁ ସାଂଗରେ ଛତ୍ରପଡା ଗ୍ରାମର ତାର ପ୍ରେମିକା ମୋଚିକୁ ନେବାକୁ ମୋବାଇଲ ଫୋନରେ କହିଲା।ମାତ୍ର ତାର ଏହି ପ୍ରେମିକା ମୁଁ ତୁମସହିତ ଗଲେ ଘରେ ଆମର ସମସ୍ତେ ଖରାପଭାବିବେ ବୋଲି ରୋକଠୋକ ମନା କରିବାରୁ ପ୍ରେମିକ ସୋନୁ ନିଜ ମୋବାଇଲେ ପ୍ରେମିକା ପାଖକୁ ଭିଡିଓକଲ କରି ଆଜି ତୋ ଯୋଗୁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛିବୋଲି କହି ନିଜ ହାତକାଟି ପ୍ରେମିକା ନାଁଲେଖି ନିଜ ଗାଁରେ ଥିବା ଖିଲାମୁଣ୍ଡା ଠାକୁରାଣୀ ଓ ଶ୍ରୀରାମ ମଂଦିର ପଛପଟେ ଥିବା ଏକ କ୍ଷୁଦ୍ର ପାହାଡ ଉପରେ ଏକ ଗଛରେ ବେକରେ ଗାମୁଛାବାଂଧି ଆତ୍ମହତ୍ୟା କରିଥିଲା।ଛତ୍ରପଡା ଗ୍ରାମରେ ଥିବା ପ୍ରେମିକା ଏକଥା ଜାଣିବାପରେ ସେ ମଧ୍ୟ ତାକଂର ରହିଥିବା କାଜୁଜଂଗଲର ଏକ କାଜୁଗଛର ଡାଳରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା।ଖବର ପାଇ ବେଗୁନିଆ ପୁଲିସ ଶବ ଜବତ କରିବାସହ ବେଗୁନିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଥିବା ବେଳେ ଜଂକିଆଥାନା ଅଧିନସ୍ଥ ସିକୋ ଫାଣ୍ଡି ପୁଲିସ ନିଧିପୁର ଗ୍ରାମକୁ ଯାଇ ଶବ ଜବତକରି ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ପଠାଇବାସହ ଜଂକିଆଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଉଭୟ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି।