Thursday , June 1 2023
Breaking News
Home / ବିଶେଷ / ନିର୍ମାଣ ଶ୍ରମିକ ୟୁନିୟନ୍ ନେତାଙ୍କୁ ଗିରଫଦାରୀକୁ ନିନ୍ଦା

ନିର୍ମାଣ ଶ୍ରମିକ ୟୁନିୟନ୍ ନେତାଙ୍କୁ ଗିରଫଦାରୀକୁ ନିନ୍ଦା

ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର, ୨୦/୧୦/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ମାଣ ଶ୍ରମିକ ୟୁନିୟନ୍ ନେତାଙ୍କୁ ମିଥ୍ୟା ମକଦ୍ଧମାରେ ଗିରଫ କରାଯିବାକୁ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ଓଡ଼ିଶା ତରଫରୁ ତୀବ୍ର ନିନ୍ଦା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଳାର ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସହାୟତା ରାଶି ଆବେଦନ ଦୀର୍ଘଦିନ ହେବ ଶ୍ରମ କାର୍ଯ୍ୟାଳୟରେ ପଡ଼ିରହିବା ଏବଂ ଅନୁଦାନ ପାଇବା ନିମନ୍ତେ ମୋଟା ଅଙ୍କର ଅର୍ଥ ଦାବି କରିବା ଯଦି ହିତାଧିକାରୀ ପ୍ରଦାନ କରିବାକୁ ରାଜି ନ ହୁଏ ତାର ଆବେଦନ ଫର୍ମକୁ ଫିଙ୍ଗାଫୋପଡ଼ା କରିବା ଓ ଚିରିଦେବା ଆଦି ନିତିଦିନିଆ ଘଟଣା ହୋଇଛି । ଏହି ଘଟଣା ବହୁ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ସମେତ ଶ୍ରମ କମିଶନର୍ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଗଲା ନାହିଁ । ତାହା ଜନଆକ୍ରୋଶରେ ପରିଣତ ହେଲା । ଜନଆକ୍ରୋଶର ପରିଣତି ସ୍ୱରୂପ ହିତାଧିକାରୀଙ୍କୁ କର୍ମଚାରୀମାନଙ୍କ ଅସାଧୁ ଆଚରଣ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ମିଥ୍ୟା ମୋକଦ୍ଧମାରେ ୩ ଜଣ ସାଧାରଣ ମହିଳାଙ୍କ ସମେତ ୬ ଜଣ ନେତା ଗିରଫ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପ୍ରକାଶ ଥାଉକି ବିଭିନ୍ନ ଶ୍ରମ କାର୍ଯ୍ୟାଳୟରେ ଅସାଧୁ କର୍ମଚାରୀମାନେ ଅନ୍ ଲାଇନ୍ ନାମରେ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି । ଯେଉଁମାନେ ପ୍ରଦାନ କରୁଛନ୍ତି ତାଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି ଅନ୍ୟଥା ବର୍ଷବର୍ଷ ଧରି ଆବେଦନ ଫର୍ମ ପଡ଼ିରହୁଛି । ଅପର ପକ୍ଷରେ ନିର୍ମାଣ କଲ୍ୟାଣ ବୋର୍ଡ଼ର ଶ୍ରମିକ ବିରୋଧୀ ନୀତି ପ୍ରତ୍ୟକ୍ଷ ଭାବେ ଏହି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି । ତେଣୁ କେନ୍ଦ୍ରାପଡ଼ା ଜିଲ୍ଳାର ଶ୍ରମ କାର୍ଯ୍ୟାଳୟରେ ଅସାଧୁ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବେଆଇନ ଗିରଫଦାରିକୁ ସମନ୍ୱୟ କମିଟିର ରାଜ୍ୟ ଆବାହକ ବିଜୟ ଜେନା, ଅନ୍ୟତମ ନେତା ବିପ୍ଳବ କେଶରୀ ମହାପାତ୍ର, ମହାବୀର ପ୍ରସାଦ ମିଶ୍ର ତୀବ୍ର ନିନ୍ଦା କରିଛନ୍ତି ।

Leave a Reply

Your email address will not be published.