ସାଲେପୁର, ୨୦/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ପ୍ରାକ୍ତନ ବିଧାୟକ, ସମାଜସେଵୀ, ବିଶିଷ୍ଟ ସମବାୟବିତ ଗୁରୁପଦ ନନ୍ଦ ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ, ରଟିଲ ପଞ୍ଚାୟତ ବୋଇଲ ସ୍ଵପ୍ନେଶ୍ଵର ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରାତାପ ଜେନା ଯୋଗ ଦେଇ, ସ୍ବର୍ଗତ ନନ୍ଦ ଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ସେ ଏକାଧାରରେ ଜଣେ ସଚୋଟ ରାଜନୀତଜ୍ଞ, ସମବାୟବିତ , ସମାଜ ସେଵୀ ଭାବେ ଦ୍ବିପାଞ୍ଚଳ ର ଉନ୍ନତିକଳ୍ପେ କାର୍ୟ୍ୟ କରୁଥିଲେ । ଏହି ସଭା ରେ ଅନ୍ୟତମ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ବାଳାଶ୍ରମ ର ଉନ୍ନତି ନିମନ୍ତେ ପ୍ରତିଶ୍ରୁତି ଦେଇ ଥିଲେ ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ୱାଦିକ ସାରଦାପ୍ରସନ୍ନ ପଣ୍ଡା ସ୍ୱାଗତ ସୂଚନା ଦେଇଥିବା ବେଳେ, ଚଳଚିତ୍ର ପ୍ରଯୋଜକ ଦିଲ୍ଲୀପ ଦାଶ,ସ୍ବର୍ଗତ ନନ୍ଦ ଙ୍କ ପୁତ୍ର ରୋମିଓ କାନ୍ତ ନନ୍ଦ, ଆତ୍ମାର ଅଧ୍ୟକ୍ଷ ଦିଲ୍ଲୀପ ଦାଶ, ସରପଞ୍ଚ ମନମୋହନ ସ୍ୱାଇଁ, ଶିକ୍ଷାବିତ ଭାଗବତ ପରିଡା, ଶିକ୍ଷାବିତ ହେମନ୍ତ ନନ୍ଦ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ତ୍ରୈଲୋକ୍ୟ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଷ୍ଣୁ ଚରଣ ମିଶ୍ର କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଉପଲକ୍ଷେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବାଳାଶ୍ରମ ପରିସରରେ ସ୍ବର୍ଗତ ନନ୍ଦ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ସଭାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।