ନିରାକାରପୁର ୨୦/୧୦/୨୦୨୨(ଓଡ଼ିଶା ସମାଚାର)-ଆଜି ଲଳିତା ପାଟପୁର କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲେଣ୍ଡୋ ଠାରେ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଲେଣ୍ଡୋ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବିନୋଦିନୀ ଦାଶ ମୁଖ୍ୟ ଅତିଥି, ଟାଙ୍ଗି ଶିକ୍ଷକ ସଂଘର ସଭାପତି ଶ୍ରୀ କିଶୋର କୁମାର ଦାଶ, ସମ୍ପାଦକ ଶ୍ରୀଯୁକ୍ତ ଅମ୍ଳାନ ପ୍ରହରାଜ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବିଶ୍ଵାଳ, ସିଆରସିସି ଶ୍ରୀଯୁକ୍ତ ପଞ୍ଚାନନ ଭୁଜବଳ, ପ୍ରଧାନ ଶିକ୍ଷକ ସୋମନାଥ ବେହେରା ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅପରାହ୍ଣରେ ଉଦଯାପନ ଉତ୍ସବରେ କୃତକାର୍ୟ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ସରପଞ୍ଚ ବିନୋଦିନୀ ଦାଶ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତରେ ପୁରସ୍କୃତ କରିଥିଲେ । ବରିଷ୍ଠ ଓ କନିଷ୍ଠ,ଏହି ଦୁଇଟି ବର୍ଗରେ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା ।
ବରିଷ୍ଠ ବର୍ଗରେ ପ୍ରବନ୍ଧରେ ପ୍ରିୟଦର୍ଶିନୀ ଦାସ, ବିତର୍କରେ ଶ୍ରଦ୍ଧାଞ୍ଜଳି ଭୁଜବଳ, ସୃଜନଶୀଳ ଲିଖନରେ କାଜଲ ପ୍ରଧାନ,ଚିତ୍ରାଙ୍କନରେ ଦୀପ୍ତିମୟୀ ଦଳାଇ, କୁଇଜରେ ପ୍ରିୟଦର୍ଶିନୀ ମିଶ୍ର, ବକ୍ତୃତାରେ ଅଙ୍କିତା ବିଶ୍ଵାଳ, ସଙ୍ଗୀତରେ ଶୁଭସ୍ମିତା ମୁଦୁଲି, ଦଳଗତ ସାଂସ୍କୃତିକ କାର୍ୟ୍ୟକ୍ରମରେ ଶ୍ରିୟା ପ୍ରଧାନ ଓ ସହଯୋଗୀ ବୃନ୍ଦ, ମଧ୍ୟାହ୍ନ ଭୋଜନ ଚିତ୍ରକଳାରେ ସ୍ମୃତି ରଞ୍ଜନ ଜଗଦେବ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି କନିଷ୍ଠ ବର୍ଗରେ ଚିତ୍ରାଙ୍କନରେ ନିର୍ଝରିଣୀ ରାୟ, କୁଇଜରେ ଶୁଭସ୍ମିତା ପ୍ରଧାନ, ସୃଜନଶୀଳ ଲିଖନରେ ଶୁଭଲକ୍ଷ୍ମୀ ସାହୁ, ବକ୍ତୃତାରେ ଶୁଭଦର୍ଶିନୀ ଦାସ, ସଙ୍ଗୀତରେ ସିପାଲି ଜେନା, ହସ୍ତାକ୍ଷର ଓ ଶ୍ରୁତ ଲିଖନରେ ରଶ୍ମିତା ପ୍ରଧାନ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଟାଙ୍ଗି ବ୍ଳକ ସ୍ତରୀୟ ସୁରଭି ମହୋତ୍ସବରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି, ଯାହା ଆସନ୍ତା ୨୬.୧୦.୨୨ରେ ବ୍ଲକରେ ଅନୁଷ୍ଟିତ ହେବ । ଉକ୍ତ କାର୍ୟ୍ୟକ୍ରମର ଆୟୋଜକ ସି ଆର୍ ସି ସି ଶ୍ରୀ ପଞ୍ଚାନନ ଭୁଜବଳ ଓ ଅତିଥି ଭାବରେ କିଶୋର କୁମାର ଦାଶ, ଅମ୍ଳାନ ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ କ୍ଷକାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ସୁରେଶ ଚନ୍ଦ୍ର ମହାପାତ୍ର, ନିମନ୍ତ ମାଝୀ, ଅମର କୁମାର ଜୟସିଂ, ପ୍ରସନ୍ନ କୁମାର ପଣ୍ଡିତ, ଚରଣ ସେଠୀ, ପ୍ରଣତି ବେହେରା, ପ୍ରଜ୍ଞା ପ୍ରଣୀତା ମଙ୍ଗରାଜ, ମଳୟ କୁମାର ମଙ୍ଗରାଜ ପ୍ରମୁଖ ଓ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ।