Wednesday , May 31 2023
Home / ଶିକ୍ଷା / ଓଟିଇଟି ଆବେଦନ ଅବଧି୨୬ ତାରିଖ ଯାଏ ବଢିଲା

ଓଟିଇଟି ଆବେଦନ ଅବଧି୨୬ ତାରିଖ ଯାଏ ବଢିଲା

ଭୁବନେଶ୍ୱର, ୨୦/୧୦/୨୦୨୨(ଓଡ଼ିଶା ସମାଚାର)-ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଧାର୍ୟ୍ୟ ହୋଇଥିବା  ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ୧୯ ତାରିଖ ଧାର୍ୟ୍ୟ କରାଯାଇଥିଲା। ବର୍ତ୍ତମାନ ଧାର୍ୟ୍ୟ ତାରିଖ ଅକ୍ଟୋବର ୨୬ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି।  www.bseodisha.ac.in ୱେବସାଇଟରେ ଏଥିପାଇଁ ଆବେଦନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published.