ଯାଜପୁର, ୧୯/୧୦/୨୦୨୨(ଓଡ଼ିଶା ସମାଚାର)- ସ୍ଥାନୀୟ ହୋଟେଲ ଭୀମସେନ ପ୍ୟାଲେସ ଠାରେ କଳିଙ୍ଗନଗର ପୁସ୍ତକ ମେଳା ର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଥିଲା.। ସଭା ପ୍ରାରମ୍ଭ ରେ କାର୍ଯ୍ୟକାରୀ କମିଟି ସଭ୍ୟ ଉପେନ୍ଦ୍ର ମହାନ୍ତି ଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇ ଥିଲା। କମିଟି ର ସାଧାରଣ ସମ୍ପାଦକ ଡ଼ କୁଶ ଚନ୍ଦ୍ର ପ୍ରଧାନ ଏକ ସୂଚନା ଦେଇ କହିଲେକି ମହାମାରୀ କରୋନା କଟକଣା ଯୋଗୁ ଦୁଇ ବର୍ଷ ଧରି ପୁସ୍ତକ ମେଳା ହୋଇ ପାରି ନଥିଲା.। ଏବେ ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶ ଓ ଜିଲ୍ଲାପାଳ ଙ୍କ ଅନୁମତି ପାଇବା ପରେ ଆସନ୍ତା ଡ଼ିସେମ୍ବର ମାସ ମଧ୍ୟରେ ସପ୍ତମ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଆୟୋଜିତ କରିବାକୁ ବୈଠକ ରେ ସିଦ୍ଧାନ୍ତ ନିଆଯାଇଛି. ।ଏହି ବୈଠକ ରେ ବିଶିଷ୍ଟ ଆଇନ ଜୀବି ବିବେକାନନ୍ଦ ମହାନ୍ତି ,ଅଭିମନ୍ୟୁ ମିଶ୍ର ,ହୃଷିକେଶ ସାହୁ, ବ୍ରଜେଶ୍ବରୀ ସିଂ ,ଜ୍ଞାନରଞ୍ଜନ ରାଉତ, ଅଶ୍ୱିନୀ ଦାସ ଚନ୍ଦ୍ରମଣି ସାମଲ ଯୁଗପ୍ରଭା ସାବତ ଓ ବିକାଶ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ତୁରନ୍ତ ତାରିଖ ଘୋଷଣା ପୂର୍ବରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।