Wednesday , May 31 2023
Breaking News
Home / ବିଶେଷ / ହାଇକୋର୍ଟଙ୍କ ନିର୍ଦେଶ ସତ୍ୱେ ରାସନକାର୍ଡ ହିତାଧିକାରୀଙ୍କ ଡିଲର ବଦଳି ପାରୁନି

ହାଇକୋର୍ଟଙ୍କ ନିର୍ଦେଶ ସତ୍ୱେ ରାସନକାର୍ଡ ହିତାଧିକାରୀଙ୍କ ଡିଲର ବଦଳି ପାରୁନି

କେନ୍ଦ୍ରାପଡ଼ା,୧୯/୧୦/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେବି ରାସନକାର୍ଡ ହିତାଧିକାରୀଙ୍କ ନିବେଦନ କ୍ରମେ ଡିଲର ବଦଳି ପାରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ଅମ୍ବୁରା ଗ୍ରାମର ରାସନକାର୍ଡ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ପଡିଶା ଗ୍ରାମ ମହେଶପୁରର କଂଟ୍ରୋଲ ଡିଲର ଗିରିଧାରୀ ସାମଲଙ୍କ ଠାରୁ ଦୀର୍ଘଦିନ ହେବ ସେମାନଙ୍କ ରାସନକାର୍ଡରେ ରାସନ ସାମଗ୍ରୀ ଠିକ ସମୟରେ ପାଇ ଆସୁଛନ୍ତି । ସେହି ଡିଲରଙ୍କ ବ୍ୟବହାର ଓ କାର୍ଯ୍ୟକଳାପ ରାସନକାର୍ଡ ହିତାଧିକାରୀମାନଙ୍କୁ ସନ୍ତୋଷ ପ୍ରଦାନ କରିଛି । ତେଣୁ ସେମାନଙ୍କ ରାସନକାର୍ଡକୁ ସ୍ଥାୟୀ ଭାବେ ମହେଶପୁରର ଡିଲରଙ୍କ ପାଖରେ ଅନ୍ତର୍ଭୁକ୍ତ କରାଯିବାକୁ ସେମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ବିଫଳ ହେବାରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ଗତ ୨୦୨୧ମସିହା ଜୁଲାଇମାସ ୧୬ତାରିଖରେ ଡବ୍ଲୁପିସି ନଂ- ୨୦୩୬୨/୨୦୨୧ରେ ଏକ ମାମଲା ଦାୟର କରିଥିଲେ । ସେହି ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଗତ ତା ୯.୦୮.୨୦୨୧ରିଖରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନିର୍ଦେଶ ପାଇବାର ଦୁଇମାସ ମଧ୍ୟରେ ଆବେଦନକାରୀଙ୍କ ଦରଖାସ୍ତ ଉପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ସଂପୃକ୍ତ ହିତାଧିକାରୀମାନେ ଏସମ୍ପର୍କରେ ବାରମ୍ବର ଦୌଡି ଦୌଡି ଉପଜିଲ୍ଲାପାଳଙ୍କୁ ଭେଟି ନିରାଶ ହୋଇଥିବା ବେଳେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସୁଶ୍ରୀସଙ୍ଗୀତା ଜେନା, ଅଞ୍ଜୁଲତା ରାଉତ, ସରସ୍ୱତୀ ରାଉତ, ଲଳିତା ସାହୁ, ସ୍ୱର୍ଣ୍ଣପ୍ରଭା ସାହୁ, ରଜନୀ ମହାରଣା, ସଞ୍ଜୁଲତା ମହାରଣା, ସତ୍ୟଭାମା ବାରିକ, ଜେମା ରାଉତ, ମାନସୀ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ନକଟରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published.