ଭୁବନେଶ୍ୱର, ୧୯/୧୦/୨୦୨୨ (ଓଡ଼ିଶା ସମାଚାର)- ଭାରତ ସରକାର ଙ୍କ ସଂସଦୀୟ କାର୍ୟ୍ୟ ମନ୍ତ୍ରାଳୟ ,୮୭ ,ସଂସଦ ଭବନ ନୂଆଁ ଦିଲ୍ଲୀ ର ସଂକଳ୍ପ ସଂଖ୍ୟା ୪(୨)୨୦୧୮ ତା ୧୧.୧୦.୨୦୨୨ ଆଦେଶ ଅନୁସାରେ ଭାରତ ସରକରଙ୍କ ସଂସଦୀୟ କାର୍ୟ୍ୟ ମନ୍ତ୍ରାଳୟ ର ହିନ୍ଦୀ ସଲାହକାର ସମିତି ର ସଦସ୍ୟ ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ସାଂସଦ ଶ୍ରୀ ବିଶି ଭାରତ ସରକାର ଙ୍କ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ର ସଂସଦୀୟ ବ୍ୟାପାର ଷ୍ଟାଣ୍ଡିଂ କମିଟି ର ସଦସ୍ୟ ଏବଂ ଭାରତ ସରାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ପରାମର୍ଶ ଦାତା କମିଟି ର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ସାଂସଦ ଶ୍ରୀ ବିଶି ଙ୍କୁ ହିନ୍ଦୀ ଭାଷା ସଲାହକାର ସମିତି ର ସଦସ୍ୟ ଭାବରେ ଭାରତ ସରାରଙ୍କ ସାଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମନୋନୀତ କରିଥିବାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାଂସଦ ଶ୍ରୀ ବିଶି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।