Wednesday , May 31 2023
Home / ବିଶେଷ / ମୃତ ପାଇକା ମୁହାଣ ଖୋଳାଯିଵା ପ୍ରସଙ୍ଗ: ଏନଜିଟିଙ୍କ ନିକଟରେ ଵାସ୍ତଵ ଚିତ୍ର ଉପସ୍ଥାପନ କରାଯାଇନାହିଁ – ସାଂସଦ ଭର୍ତୃହରି ମହତାଵ

ମୃତ ପାଇକା ମୁହାଣ ଖୋଳାଯିଵା ପ୍ରସଙ୍ଗ: ଏନଜିଟିଙ୍କ ନିକଟରେ ଵାସ୍ତଵ ଚିତ୍ର ଉପସ୍ଥାପନ କରାଯାଇନାହିଁ – ସାଂସଦ ଭର୍ତୃହରି ମହତାଵ

କଟକ ସଦର, ୧୯/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଅଞ୍ଚଳକୁ ଵନ୍ୟା ଦାଉରୁ ରକ୍ଷା କରିବା ଏବଂ ଉକ୍ତ ଅଞ୍ଚଳକୁ କେନାଲ ବ୍ୟବସ୍ଥା ମଧ୍ୟରେ ଜଳସେଚିତ କରିଵା ଲକ୍ଷରେ ରାଜ୍ୟର ପ୍ରଥମ ରାଜଵନ୍ଦୀ, ପୂର୍ବତନ ମନ୍ତ୍ରୀ ତଥା ଅଞ୍ଚଳର ଦ୍ୱିତୀୟ ଗାନ୍ଧୀ ଭାଵେ ପରିଚୟ ସୃଷ୍ଟି କରିଥିବା ରାଜକୃଷ୍ଣ ଵୋଷ ଆୟତପୁର ଠାରେ ମହାନଦୀ ମୁହାଣକୁ ୧୯୫୧ ମସିହାରେ ଵନ୍ଦ କରିଥିଲେ। ଏଵେ ଦୀର୍ଘ ୭୦ ଵର୍ଷ ପରେ କେତେକ ବ୍ୟକ୍ତି ମୃତ ହୋଇ ପଡିଥିଵା ପାଇକା ମୁହାଣକୁ ଖୋଳିଵା ପାଇଁ ଜାତୀୟ ସଵୁଜ ଟ୍ରିଵୁନାଲ(ଏନଜିଟି) ଙ୍କ ନିକରେ ଫେରାଦ ହୋଇଥିଲେ। ମାମଲାର ବିଚାର କରି ଏନଜିଟି ମୁହାଣ ଖୋଳିଵାକୁ ତାଙ୍କ ରାୟରେ ଦର୍ଶାଇଥିଵାରୁ ଵିଵାଦ ମୁଣ୍ଡ ଟେକିଛି। ଏଥିପାଇଁ ଆଜି (ବୁଧବାର) କଟକ ଲୋକସଭା ସାଂସଦ ଭର୍ତୃହରି ମହତାଵ ମୁହାଣ ସ୍ଥଳ ଆୟତପୁରକୁ ଯାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ। ଏ ସମ୍ପର୍କରେ କଟକ ସଦର ବିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ସାଂସଦଙ୍କୁ ସମସ୍ତ ଵାସ୍ତଵ ଚିତ୍ର ଉପସ୍ଥାପନ କରିଥିଲେ। ସଵୁ ତଥ୍ୟ ଜାଣିବା ପରେ ଏନଜିଟିଙ୍କ ନିକଟରେ ଵାସ୍ତଵ ଚିତ୍ର ଉପସ୍ଥାପିତ ହୋଇପାରିନଥିଵା କହିଥିଲେ। ଆଗକୁ ଉପଯୁକ୍ତ ଫୋରମରେ ଏହି ତଥ୍ୟ ଉପସ୍ଥାପନ କରାଯିଵ ଵୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ସହିତ ମଞ୍ଚର ସଭାପତି ଶ୍ରୀ ଵେହେରା ଦୃଷ୍ଟି ଆକର୍ଷଣ କରିଵାରେ ଜନଶୁଣାଣି କରାଯାଇ ଡିପିଆର ପ୍ରସ୍ତୁତ କରାଯିଵାକୁ କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଵେ ଵୋଲି କହିଥିଲେ। ସାଂସଦଙ୍କ ସହିତ ଆଲୋଚନାରେ ତାଙ୍କ ସିଏମସି ପ୍ରତିନିଧି ପୂର୍ଵତନ କର୍ପୋରେଟର ଚିରଞ୍ଜୟ ସାହୁ,ଆୟତପୁରର ପୂର୍ଵତନ ସରପଞ୍ଚ ଦେବବ୍ରତ ମହାପାତ୍ର,ପୂର୍ଵତନ ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ଚରଣ ମହାପାତ୍ର,ଅକ୍ଷୟ କୁମାର ଜେନା,କନ୍ଦରପୁରର ପୂର୍ବତନ ସରପଂଚ ପ୍ରଫୁଲ୍ଲ କୁମାର ଭୋଇ ପ୍ରମୁଖ ଵହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.