Wednesday , May 31 2023
Breaking News
Home / ଶିକ୍ଷା / ମହିଳା ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନ ଅଭିଯାନ

ମହିଳା ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନ ଅଭିଯାନ

‘ମାନସିକ ଅବସାଦରୁ ମୁକ୍ତି ପାଇଁ ନିଶା ସେବନ ଶେଷ ଉପାୟ ନୁହେଁ ’

ଭୁବନ ୧୯/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ‘ ମୋ କଲେଜ ଆନୁକୂଲ୍ୟରେ ’ ମାନସିକ ସ୍ୱାସ୍ଥ୍ୟ ସଚେତନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଅତିଥି ସ୍ୱାଗତ ଭାଷଣ ଦେଇଥିଲେ । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନସିକ ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମର ଟ୍ରେନର ଅଜିତ କୁମାର ଦାସ , ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡକ୍ଟର ମମତା ପାତ୍ର ମାନସିକ ସ୍ୱାସ୍ଥ୍ୟ ର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଭୁବନେଶ୍ୱରସ୍ଥ ଚେତନା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଅବିନାଶ ଦାଶ ‘ମାନସିକ ଅବସାଦରୁ ମୁକ୍ତି ପାଇଁ ନିଶା ସେବନ ଶେଷ ଉପାୟ ନୁହେଁ ’ ଏହା ଦ୍ୱାରା ମାନସିକ ରୋଗ ସୃଷ୍ଟି ହୁଏ ଓ ସାମାଜିକ ଜୀବନ ନଷ୍ଟ ହୁଏ । ଏଥିରୁ ମୁକ୍ତ ରହି ଆଧ୍ୟାତ୍ମିକ ଚିନ୍ତନ ,ପରିବାର ସହ ସୁଖ ଦୁଃଖର ସହଭାଗିତା କରିବା ଓ ପୁସ୍ତକ ଅଧ୍ୟୟନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଡି.ଏମ ସାର୍ଥକ ଯୁବ ସମାଜ ଓ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଶୁଭମ ବେହେରା , ଗଦାଧର ସାହୁ , ଅମ୍ବୁଜ ସାହୁ , କୈଳାସ ପାତ୍ର , ଗୟାଧର ଦାସ , ଲକ୍ଷ୍ମଣ ସାହୁ , ରଙ୍ଗଲତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.