ଭୁବନ ୧୯/୧୦/୨୦୨୨(ଓଡ଼ିଶା ସମାଚାର)- ଗତ ୯ ତାରିଖ ଠାରୁ ଭୁବନର ବିଭିନ୍ନ ପୂଜା ପ୍ରତିଷ୍ଠାନରେ ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଗତ ସୋମବାର ଠାରୁ ପର୍ଯ୍ୟାୟ କ୍ରମେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର ତରଫରୁ ଭସାଣି ଆରମ୍ଭ ହୋଇଥିଲା । ପରେ ମଉଡମଣି ପୂଜା ପ୍ରତିଷ୍ଠାନ ବଡହାଟ,ଲତାବିଲ,ଟୋଲଙ୍କବେରେଣୀ ପ୍ରଭୃତି ମେଢ ଭସାଣି ହୋଇଥିଲା ବେଳେ ଆଜି ଅତ୍ୟନ୍ତ ଉତ୍ସାହ,ଉଦ୍ଧିପନାର ସହ ଅରାସାହି ମେଢ ଭସାଣି୍ସବ ଅନୁଷ୍ଠିତ ହୋଇଛି । ଅପରାହ୍ନ ୫ ଘଟିକା ସମୟରେ ସାହିରୁ ମେଢ ବାହାରି ଗୋଡିପୋଖରୀଛକ, ନୂଆବଜାର, ଗଣେଶବଜାର, ଗୁଜୁରିହାଟ, ଦୁର୍ଗାଛକ ,ଲକ୍ଷ୍ମୀଛକ ,ବଣିଆସାହି, ରାଉତ ସାହି, ବେହେରା ସାହି ,ବାଜିଛକ, ପୋଥାଳସାହି, ଗୁଜୁରିହାଟ , ନୂଆବଜାର ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଛି ।
ମହିଳା ସଂକୀର୍ତନ ମଣ୍ଡଳୀ , ଶ୍ରୀ ଜଗନ୍ନାଥ ମ୍ୟୁଜିକ ଗ୍ରୁପ ସାଙ୍ଗକୁ ଭାଙ୍ଗଡା ବାଜା , ବାଣ ରୋଷଣୀରେ ମା ଙ୍କୁ ଅଶ୍ରୁଳ ବିଦାୟ ଦେଇ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି । ଅନୁରୂପ ଭାବେ ଅରବିନ୍ଦ ମାର୍ଗସ୍ଥିତ ଲକ୍ଷ୍ମୀପୂଜା କମିଟି ମଧ୍ୟ ଆଜି ଭସାଣି ଉତ୍ସବ କରିଛି । ଭସାଣିରେ ଦଶହରା ବଳଦ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି । ଭୁବନ ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି । ଓଡ଼ିଶା ସମାଚାର