Sunday , May 28 2023
Breaking News
Home / ବିଶେଷ / ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

କଟକ ୧୯/୧୦/୨୦୨୨(ଓଡ଼ିଶା ସମାଚାର)- କଟକ – ବାରବାଟୀ (କଂଗ୍ରେସ) ବିଧାୟକ ମହମ୍ମଦ ମୋକିମ୍‌ ଙ୍କୁ ଆଶ୍ଵସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ହାଇକୋର୍ଟ ଙ୍କ ରହିତାଦେଶ ପରେ ମୋକିମ ଙ୍କ ବିଧାୟକ ପଦ ବଜାୟ ରହିଲା । ଆସନ୍ତା ଫେବୃଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଅନୁସାରେ, ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ କଟକ – ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ମୋକିମ୍ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Leave a Reply

Your email address will not be published.