ଧରାକୋଟ, ୧୯/୧୦/୨୦୨୨(ଓଡ଼ିଶା ସମାଚାର)- ଘରୋଇ କଳହରୁ ଗୁଳିମାଡ଼ । ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ମହାଦେବ ପାତ୍ର ର ଗୁଳିମାଡ଼ର ଶିକାର ହୋଇଛନ୍ତି ତାଙ୍କ ସ୍ତ୍ରୀ ଶୈଳନ୍ଦ୍ରୀ (ପରାଣ୍ଡି ) ପାତ୍ର। ଅଭିଯୁକ୍ତ ସ୍ବାମୀ ମହାଦେବ ପାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ଅନୁସାରେ ରାଶିବାଡ଼ି ଗାଁର ମହାଦେବ ପାତ୍ର ଓ ତା ସ୍ତ୍ରୀ ଶୈଳେନ୍ଦ୍ରୀ ପାତ୍ରଙ୍କ ମଧ୍ୟରେ ଆଜି କୌଣସି କାରଣରୁ ନେଇ ବଚସା ହୋଇଥିଲା। ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ କଷେଇ ଗାଁ ନିକଟରେ ଥିବା ହରଭଙ୍ଗି କେନାଲ ହିଡରେ ଉଭୟଙ୍କ ମଧ୍ୟରେ ହେଉଥିବା ବଚସା କ୍ରମେ ଉଗ୍ର ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମୀ ମହାଦେବ ପାତ୍ର ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ଯାଇ ଶୈଳେନ୍ଦ୍ରୀଙ୍କ ବାମ ହାତର ବାମ ହାତର କାନ୍ଧରେ ଗୁଳି ବାଜିଛି । ସ୍ତ୍ରୀ ଭୂମିରେ ପଡ଼ିଯିବା ପରେ ସ୍ଵାମୀ ମହାଦେବ ଭୟରେ ଜଙ୍ଗଲ ଆଡ଼କୁ ପଳାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୈଳେନ୍ଦ୍ରୀଙ୍କୁ ପ୍ରଥମେ ଧରାକୋଟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଘରୋଇ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ବଡଗଡ ଥାନା ଅଧିକାରୀ ସୂରଜ କୁମାର ଝାଙ୍କର ତଦନ୍ତଜାରି ରହିଥିବା କହିଛନ୍ତି। ସ୍ୱାମୀ ଏହି ଗୁଳିମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ଗୁରୁତର ଆହତ ସ୍ତ୍ରୀ ।