Thursday , June 8 2023
Breaking News
Home / ବିଶେଷ / କିଶନନଗର ବିବାଦୀୟ ତହସିଲଦାରଙ୍କ ଵଦଳି, ଜନସାଧାରଣଙ୍କ ସହିତ କର୍ମଚାରୀ ଆଶ୍ବସ୍ତ

କିଶନନଗର ବିବାଦୀୟ ତହସିଲଦାରଙ୍କ ଵଦଳି, ଜନସାଧାରଣଙ୍କ ସହିତ କର୍ମଚାରୀ ଆଶ୍ବସ୍ତ

କଟକ ସଦର, ୧୯/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଵହୁ କଳ୍ପନା ଜଳ୍ପନାର ଅଵସାନ ଘଟାଇ କିଶନନଗରର ବିବାଦୀୟ ତହସିଲଦାର ଇନ୍ଦିରା ସାହୁଙ୍କର ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସପିଟାଲର ପ୍ରଶାସନିକ ଅଧିକାରୀ ଭାବେ ଵଦଳି କରାଯାଇଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡିଵା ପରେ ଅଞ୍ଚଳର ଜନସାଧାରଣ ଓ ତହସିଲ କର୍ମଚାରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଗତ ୧୩ ତାରିଖରେ ରାଜସ୍ବ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଭଦ୍ରକର ତହସିଲଦାର ମଧୁସୂଦନ ନାୟକଙ୍କର କିଶନନଗର ତହସିଲଦାର ଭାଵେ ଵଦଳି ହୋଇଥିଲା ଵେଳେ ଇନ୍ଦିରା ସାହୁଙ୍କର କେଉଁଠିକି ଵଦଳି ହୋଇଛି ଜଣାପଡିନଥିଲା। ଯାହାଫଳରେ ଲୋକେ ଆଶା ଓ ଆଶଙ୍କାରେ ଥିଲେ। ଇନ୍ଦିରା ସାହୁଙ୍କ ସମୟରେ ଵାଲି ମାଫିଆ,ମାଟି ମାଫିଆ, ଇଟାଭାଟି ମାଫିଆ, ଜବରଦଖଲ ମାଫିଆ ସକ୍ରିୟ ଥିବା ଵେଳେ ତହସିଲଦାରଙ୍କ ବ୍ୟବହାରରେ ସମସ୍ତେ ଅତିଷ୍ଠ ହୋଇଥିଵା ଅଭିଯୋଗ ହୋଇଆସୁଥିଲା। ତେବେ ନୂତନ ତହସିଲଦାର ଶ୍ରୀ ନାୟକ ଧାମନଗର ଉପନିର୍ବାଚନ ପରେ କିଶନନଗର ତହସିଲଦାର ଭାବେ କାର୍ଯ୍ୟ ଭାର ଗ୍ରହଣ କରିଵେ ଵୋଲି ଜଣାପଡିଛି  ।

Leave a Reply

Your email address will not be published.