କଟକ ସଦର, ୧୯/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥର ସଂପ୍ରସାରଣ, ଉନ୍ନତିକରଣ ପାଇଁ କ୍ଷତିଗ୍ରସ୍ତ ହେଉଥିବା କନ୍ଦରପୁର ଵଜାରର ଦୋକାନ ଗୃହଗୁଡିକୁ ରକ୍ଷା କରାଯାଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଵାକୁ କଟକ ସାଂସଦ ଭର୍ତୃହରି ମହତାଵଙ୍କ ନିକଟରେ ନିବେଦନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର) ସାଂସଦ ଭର୍ତୃହରି ସମସ୍ୟାର ସମାଧାନ ପାଇଁ କନ୍ଦରପୁର ଵଜାରକୁ ଆସି ସ୍ଥିତି ପରଖି ଥିବା ଜଣାଯାଇଛି।ଏହି ଅଵସରରେ କନ୍ଦରପୁର କୃଷକ ସେଵା ସମଵାୟ ସମିତି ସଭା ଗୃହରେ ସାଂସଦ ସମୀକ୍ଷା ବୈଠକରେ ଯୋଗଦେଇ ସମସ୍ୟା ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଵେ ବୋଲି କହିଥିଲେ। ଏଥିସହିତ କନ୍ଦରପୁର ଲେଵଲକ୍ରସିଂ ଉପରେ ନିର୍ମାଣ ହେଵାକୁ ଥିଵା ଓଭର ଵ୍ରିଜର ସ୍ଥାନ ପରିଦର୍ଶନ କରିଥିଲେ।
ଵଜାରର ସ୍ଥିତି ସମ୍ପର୍କରେ ଜୟରାମ ପରିଡ଼ା, ବଦ୍ରିନାଥ ସାହୁ, ପ୍ରଦୀପ୍ କର,ନାଲୁ ଵାଵୁ ଅକ୍ଷୟ କୁମାର ଜେନା, କାଳନ୍ଦୀ ସାହୁ, ଦେବବ୍ରତ ମହାପାତ୍ର, ପ୍ରମୁଖ ସାଂସଦ ଙ୍କୁ ଅଵଗତ କରିଥିଲେ। ସାଂସଦଙ୍କ ଏହି ଗସ୍ତରେ ସାଂସଦଙ୍କ ସିଏମସି ପ୍ରତିନିଧି ଚିରଞ୍ଜୟ ସାହୁ, ପ୍ରମୋଦ ଦଳାଇ, ପିଣ୍ଟୁ ମହଲା,ଵିଭୁତି ପତି, ବିଶ୍ୱରଂଜନ ମହାନ୍ତି, ସୁରେନ୍ଦ୍ର ସ୍ୱାଇଁ,କେଳୁ ଚରଣ ମହାଳି ପ୍ରମୁଖ ସାମିଲ ହୋଇଥିଲେ।
Home / ବିଶେଷ / କଟକ-ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥ ଉନ୍ନତିକରଣ ରେ କ୍ଷତିଗ୍ରସ୍ତ ହେଉଥିବା କନ୍ଦରପୁର ଵଜାରର ସ୍ଥିତି ପରଖିଲେ ସାଂସଦ ଭର୍ତୃହରି ମହତାଵ