ଭୁବନ ୧୯/୧୦/୨୦୨୨(ଓଡ଼ିଶା ସମାଚାର)- ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ରେ ପୂର୍ବତନ ନିର୍ଦ୍ଧେଶକ ତଥା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ , ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟ ବିତ୍ ଅଭିମନ୍ୟୁ ବେହେରା ୧୨ ନମ୍ବର ଭୁବନ ଜୋନ ନିର୍ଦ୍ଧେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ପରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀଯୁକ୍ତ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଯୋଗୁ ତାଙ୍କର ବିଜୟ ହୋଇଛି । ଶ୍ରୀଯୁକ୍ତ ବେହେରା ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବେ ଦୀର୍ଘ ୨୫ ବର୍ଷ ହେଲା କାମ କରୁଛନ୍ତି । ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ତାଙ୍କ ଗୁରୁ ଓ ଆଦର୍ଶ । ସେ ସର୍ବଦା ପ୍ରଫୁଲ୍ଲ ବାବୁ ଙ୍କ ମାର୍ଗଦର୍ଶନରେ କାମ କରୁଛନ୍ତି । ସେ ଆଜି ଯାହା ବି ହୋଇଛନ୍ତି ତାହା କେବଳ ପ୍ରଫୁଲ୍ଲ ବାବୁ ଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକମାତ୍ର ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ନିଶ୍ଚୟ ତାଙ୍କର ସମ୍ମାନ ରକ୍ଷା କରିବେ ବୋଲି ଶ୍ରୀ ବେହେରା ଦୃଢ ଆଶା ରଖିଛନ୍ତି ।