କଟକ ସଦର, ୧୯/୧୦/୨୦୨୨(ଓଡ଼ିଶା ସମାଚାର)-ଵିଷ୍ଣୁ ବେହେରା): କଟକ ସଦର ବ୍ଲକ୍ ଅନ୍ତର୍ଗତ ଖାଲିଥିବା ୮ ଗୋଟି ଅଙ୍ଗନବାଡ଼ି କର୍ମୀଙ୍କୁ ନୂତନ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା।ଏହି ଉପଲକ୍ଷେ ଵିଡିଓ ରାଜୀଵ ଲୋଚନ ପରିଡ଼ାଙ୍କ ପୈ।ରୋହିତ୍ୟରେ ବୁଧବାର ଦିନ ଆୟୋଜିତ ସଭାରେ ବିଧାୟକ ଶ୍ରୀ ବେହେରା ନିଯୁକ୍ତି ପତ୍ର ପ୍ରଦାନ କରି ସେମାନଙ୍କର ଶୁଭକାମନା କରିଥିଲେ। ଏଥିରେ ଉପାଧ୍ୟକ୍ଷା ଅମ୍ଵିକା ପାତ୍ର,ସିଡିପିଓ ରଶ୍ମିତା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଵିକାଶ ଭୁୟାଁ ପ୍ରମୁଖ ଯୋଗଦେଇ ଥିଲେ।