ଭୁବନେଶ୍ୱର, ୧୮/୧୦/୨୦୨୨ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ‘ନାରାୟଣ ସେବା ଫାଉଣ୍ଡେସନ୍’ ପକ୍ଷରୁ ବରିଷ୍ଠ ସାମ୍ବାଦିକ, କେନ୍ଦ୍ର ସରକାରଙ୍କ ପୂର୍ବତନ ଉପମହାନିର୍ଦ୍ଧେଶକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତି୍ରପାଠୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ୟୁନିଟ୍-୩ସ୍ଥିତ ଆନନ୍ଦ ଆଶ୍ରୟ ଜରାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶିବନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ, ସମ୍ପାଦିକା ସମିତା ମହାରଣା ସମ୍ମାନିତ ଅତିଥି ଭାବେ, ସମ୍ପାଦକ ମଦନ ମୋହନ ପାଢ଼ୀ ଓ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ତି୍ରପାଠୀ ସମ୍ବାଦ ଓ ସାମ୍ବାଦିକତା ଏବଂ ସମାଜସେବାର ଜଣେ ଉଜ୍ଜ୍ୱଳ ପ୍ରତିଭା ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ଜାମ୍ମୁ-କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ତଥା ସାମ୍ବାଦିକତାକୁ ନୂତନ ଦିଗ ପ୍ରଦାନ କରିବାକୁ ଚେଷ୍ଟିତ ଥିଲେ । ଅସହାୟ, ଅନାଥ ବ୍ୟକ୍ତିମାନଙ୍କ ପାଇଁ ଏକ ସମର୍ପିତ ପ୍ରାଣସା ଥିଲେ ବୋଲି ଅତିଥିମାନେ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଉଦୀୟମାନ ଯୁବ ସମାଜସେବୀ ନରେନ୍ଦ୍ର ରାଉତଙ୍କୁ ପ୍ରଫୁଲ୍ଲ କୁମାର ତି୍ରପାଠୀ ସ୍ମୃତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରି କୋଷାଧ୍ୟକ୍ଷ ଓ ସାମ୍ବାଦିକ ଅରବିନ୍ଦ ତି୍ରପାଠୀ ମତବ୍ୟକ୍ତ କରିଥିଲେ ଯେ ଆଜିର ଯୁବପିଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ନିଜ ନିଜ ସ୍ତରରେ ମା’ ମାଟି ଓ ମାତୃଭାଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରନ୍ତୁ । ଜରାଶ୍ରମରେ ଥିବା ଅନ୍ତେବାସୀଙ୍କ ପାଇଁ ୨ ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ସହାୟତା କରିଥିଲେ ସମାଜସେବୀ ପଦ୍ମଚରଣ ମହାପାତ୍ର, ନାରାୟଣ ଖୁଂଟିଆ, ପ୍ରକାଶ କୁମାର ସାହୁ ଏବଂ ପିିଙ୍କିନା ପ୍ରମୁଖ ।
Home / ବିଶେଷ / ସମ୍ବାଦ ଓ ସମାଜସେବାର ଉଜ୍ଜ୍ୱଳ ପ୍ରତିଭା ଥିଲେ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀ : ଜରାଶୟମରେ ୨ ମାସ ଲାଗି ରାସନ ସାମଗ୍ରୀ ବଂଟନ