ଭୁବନେଶ୍ୱର, ୧୮/୧୦/୨୦୨୨ (ଓଡ଼ିଶା ସମାଚାର)- ଆଜି ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ବିୟୁଟିସିଆନ୍ ଆସୋସିଏସନ୍ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଭୁବନେଶ୍ୱର ବିୟୁଟିସିଆନ୍ ସଂଘର ସଭାପତି ଶ୍ରୀମତୀ ପ୍ରବୀଣା ତି୍ରପାଠୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଫି୍ର ଏଜୁକେସନ୍ କ୍ଲାସ୍ ରେ ବିୟୁଟିପାର୍ଲର ମାଲିକମାନେ ଏକାଠି ହୋଇ କିପରି ସମ୍ପୂର୍ଣ୍ଣ ଅର୍ଗାନିକ୍ ଉପାୟରେ କୌଣସି କେମିକାଲ୍ ବ୍ୟବହାର ନ କରି ବିୟୁଟିପାର୍ଲର ମାନଙ୍କରେ ବ୍ୟବହାର ହେଉଥିବା କି୍ରମ୍ ଓ ଲୋସନ ଭଳି ଅନ୍ୟାନ୍ୟ କସମେଟିକ୍ ଆଇଟମ୍ ଗୁଡ଼ିକ ତିଆରି କରି ନିଜ ଗୋଡରେ ନିଜେ ଛିଡ଼ାହେବା, ଦିନକୁ ଦିନ ନିଜକୁ ପ୍ରମୋଟ୍ କରିବା ଏବଂ ସର୍ବୋପରି ପୁରାପୁରି ନିଜକୁ ଏଜୁକେଟ୍ ହୋଇ ଅନ୍ୟମାନଙ୍କୁ ଏଜୁକେଟ୍ କରି ସ୍ୱାବଲମ୍ବୀ ହେବାପାଇଁ ଟ୍ରେନିଂ ନେଇଥିଲେ । ଆଗକୁ ମଧ୍ୟ ବ୍ୟାଚ୍ ବ୍ୟାଚ୍ କରି ସବୁ ବିୟୁଟିସିଆନ୍ ମାନଙ୍କୁ ଫି୍ର ଟ୍ରେନିଂ ଦେବା ଓ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଆଜିର ଏହି ଫି୍ର ଏଜୁକେସନ୍ କ୍ଲାସର ଉଦ୍ଧେଶ୍ୟ ବୋଲି କହିଛନ୍ତି ଭୁବନେଶ୍ୱର ବିୟୁଟିସିଆନ୍ ଆସୋସିଏସନ୍ର ସଭାପତି ପ୍ରବୀଣା ତି୍ରପାଠୀ । ସେହିଭଳି କରୋନା ଯୋଗୁଁ ଆମେ ବହୁତ କ୍ଷତି ସହିଥିବାରୁ ଏବେ ଆମେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାପାଇଁ ଲକ୍ଷ୍ୟ ରଖି ଏହି ଫି୍ର ଏଜୁକେସନ୍ କ୍ଲାସ୍ର ବ୍ୟବସ୍ଥା କରି ସବୁ ପ୍ରଡକ୍ଟ ନିଜେ ତିଆରି କରିବୁ, ବାହାରୁ କିଛି ନ କିଣି ପାର୍ଲର ଚଳାଇବୁ, ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସାହାଯ୍ୟ ଓ ସହଯୋଗ କରି ମିଳିମିଶି ଆଗକୁ ବଢିବୁ ବୋଲି କହିଛନ୍ତି ଭୁବନେଶ୍ୱର ବିୟୁଟିସିଆନ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀମତୀ ବନଜା ପ୍ରଧାନ । ଆମ ସଂଘରେ ଏବେ ତିନିଶହ ମେମ୍ବର ଅଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ସଂଘରେ ସାମିଲ୍ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି କହିଛନ୍ତି ସମ୍ପାଦକ ଶ୍ରୀମତୀ ପ୍ରଧାନ । ଆମର କୌଣସି ରାଜନୈତିକ ଉଦ୍ଧେଶ୍ୟ ନାହିଁ, କୌଣସି ରାଜନୈତିକ ଦଳକୁ ପ୍ରମୋଟ କରିବାର ନାହିଁ, କୌଣସି ଦଳ ସହିତ ସାମାନ୍ୟ ସମ୍ପର୍କ ବି ନାହିଁ କି ଆଗକୁ ହେବାର ନାହିଁ ବୋଲି କହିଛନ୍ତି ସଭାପତି ଶ୍ରୀମତୀ ତି୍ରପାଠୀ ଓ ସମ୍ପାଦକ ଶ୍ରୀମତୀ ପ୍ରଧାନ । ଓଡ଼ିଶା ସମାଚାର