Wednesday , May 31 2023
Breaking News
Home / ତାଜା ଖବର / ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ କାର ଉପରକୁ ବୋମା ମାଡ଼

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ କାର ଉପରକୁ ବୋମା ମାଡ଼

କାମାକ୍ଷାନଗର ୧୭/୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ କାର ଉପରକୁ ବୋମାମାଡ଼ ହୋଇଛି । ସୋମବାର ବିଳମ୍ବିତ ରାତିରେ କାହ୍ନୁ ସାହୁଙ୍କ ମଢିସାହି ସ୍ଥିତ ବାସଭବନ ସାମ୍ନାରେ ଥିବା କାର ଉପରକୁ ବୋମାମାଡ଼ ହୋଇଛି।
ଉିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି କାର ଉପରକୁ ୫ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ସେଥିରୁ ୩ ଟି ବୋମା ଫୁଟିଥିବାବେଳେ ଘଟଣାସ୍ଥଳରେ ଏବେବି ୨ଟି ଅଫୁଟା ବୋମା ପଡ଼ିରହିଛି। ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। କେଉଁ କାରଣରୁ କିଏ କାହିଁକି ଏଭଳି ବୋମା ମାଡ଼ କରିଛି, ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published.