Wednesday , May 31 2023
Breaking News
Home / କ୍ରୀଡ଼ା / ନରଣଗଡ ଫୁଟବଲ : ଠଣାପଲୀ ୧-୦ ଗୋଲରେ ବିଜୟୀ

ନରଣଗଡ ଫୁଟବଲ : ଠଣାପଲୀ ୧-୦ ଗୋଲରେ ବିଜୟୀ

ନିରାକାରପୁର, ୧୮/୧୦/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ ଖେଳ ପଡିଆ ରେ ଆଜି ତୃତୀୟ ଦିବସରେ ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲିଗ୍ ମ୍ୟାଚରେ ଠଣାପଲୀ ଫୁଟବଲ ଟିମ୍ ପାଇକିତିଗିରିଆକୁ ଭେଟିଥିଲେ । ଠଣାପଲୀ କ୍ଲବ ୧-୦ ଗୋଲ ସ୍କୋର କରି ଖୋର୍ଦ୍ଧା ପାଇକିତିଗିରିଆକୁ ପରାସ୍ତ କରି ବିଜୟୀ ହୋଇଛି। ଆଜି ଅତିଥିଭାବେ ସମାଜସେବୀ ରବିନାରାୟଣ ପାଟ୍ଟଶାଣୀ, ଧୃବଚରଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳକୁ ଫକିର ନିସଂକ୍, ପ୍ରମୋଦ କୁମାର ଦାସ, ଶରତ ଛୋଟରାୟ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published.