Monday , June 5 2023
Breaking News
Home / ତାଜା ଖବର / ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି

ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି

ଝାରସୁଗୁଡ଼ା, ୧୮/୧୦/୨୦୨୨(ଓଡ଼ିଶା ସମାଚାର)- ବ୍ରଜରାଜନଗର ରେଳ ଷ୍ଟେସନରେ ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନର ଇଞ୍ଜିନ୍ରେ ନିଆଁ ଲାଗିଛି । ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଟି ଛିଡ଼ା ହୋଇଥିବାବେଳେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ କେଉଁ କାରଣରୁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।ତେବେ ସମସ୍ତ ପାସେଂଜର ସୁରକ୍ଷିତ ଥିବା ଜଣାପଡ଼ିଛି । ଦମକଳବାହିନୀ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Leave a Reply

Your email address will not be published.