ନିଶ୍ଚିନ୍ତକୋଇଲି,୧୮/୧୦/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) – ଚିତ୍ରୋତ୍ପଳା ନଦୀର କଳମିଶ୍ରି ଘାଟରୁ ଦୀର୍ଘଦିନ ହେବ ବାଲି ଉତ୍ତୋଳନ କରାଯାଉଛି । ଏଠାରୁ ବାଲି ଉଠାଇବା ପାଇଁ ତହସିଲ କର୍ତୃପକ୍ଷ ସୈରାତ ନିଲାମ ଦେଇଛନ୍ତି । ମାତ୍ର ଏଠାରୁ ବର୍ଷ ବର୍ଷ ଧରି ନିଲାମ ଧାରୀ ହାଇୱା, ଟ୍ରକ ଓ ଟ୍ରାକ୍ଟର ମାଧ୍ୟମରେ ରେ ବାଲି ଚାଲାଣ କରୁଥିବା ରୁ ନଦୀ ଘାଟରେ ଚଳପ୍ରଚଳ ହେଉଥିବା ଗ୍ରାମବାସୀ ପୁରୁଷ ମହିଳା ଘୋର ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । ନଦୀବନ୍ଧ ରାସ୍ତାରେ ଯାତାୟାତ ରେ ଘୋର ବାଧା ସୃଷ୍ଟି ହେଉଛି ।
ଏହାକୁ କେନ୍ଦ୍ର କରି ଗ୍ରାମବାସୀ ତଥା ସ୍ଥାନୀୟ ଲୋକେ ଆଜି ବାଲି ଉଠାଣ କୁ ତୀବ୍ର ବିରୋଧ କରିଥିଲେ । ହାଇୱା କୁ ନଦୀ ମଧ୍ୟକୁ ପୁରାଇ ଦେଇ ନଥିଲେ । ଏହାକୁ କେନ୍ଦ୍ର କରି ଉତ୍ତେଜନା ଲାଗି ରହିଥିଲା । ଏହି ଅସୁବିଧା ସମ୍ପର୍କରେ ଗ୍ରାମବାସୀ, ସ୍ଥାନୀୟ ବିଧାୟକ, ତହସିଲଦାର ଙ୍କୁଜଣାଇଥିବା ସୂଚନା ମିଳିଛି ।