କଟକ ସଦର, ୧୮/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜକୁ କିଛି ବର୍ଷ ହେଲା ଉତ୍କଳ ଵିକାଶ ପରିଷଦ ନାଁରେ କଟକ ସଦର ନିର୍ବାଚନମଣ୍ଡଳୀରେ ସାମାଜିକ କାର୍ଯ୍ୟ ଚଳାଇ ସଂଗଠନ ସୁଦୃଢ କରିଥିଵା ଏବଂ ଲୋକଙ୍କ ଗ୍ରହଣୀୟ ହୋଇଥିଵା ପରିଷଦର ସଭାପତି ଯୁଵ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବାକୁ ସଜଵାଜ ହେଉଥିବା ତାଙ୍କ ସମର୍ଥକ ମାନଙ୍କଠାରୁ ଜଣାପଡିଛି। ଵିଜେପିର ଵି ଟିମ୍ ଭାବେ କାର୍ଯ୍ୟ କରୁଥିବା ପ୍ରକାଶ ଵିଜେପିର ରାଜ୍ୟ ଓ କେନ୍ଦ୍ର ନେତୃମଣ୍ଡଳୀଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯଗରେ ରହି ଆସ୍ଥା ଭାଜନ ହେଉଥିବା ଚର୍ଚ୍ଚା ହେଉଛି। ଏଠାରେ ୨୦୦୯ ରୁ ଲଗାତାର ତିନିଥର ଵିଜେପି ହାରୁ ଥିଵାରୁ ଵିଜେପି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ବଦଳାଇବା ଚକରରେ ଥିଵାରୁ ପ୍ରକାଶ ଵିଜେପି ଟିକେଟ ଦୈ।ଡରେ ଏକମାତ୍ର ପ୍ରାର୍ଥୀ ଭାବେ ସର୍ଵାଗ୍ରେ ରହିଥିଵା ଶୁଣାଯାଉଛି। ଯଦି ପ୍ରକାଶ ଵିଜେପିରୁ ପ୍ରାର୍ଥୀ ହୁଅନ୍ତି ତେଵେ ଲଢେଇ ଲଢେଇ ଭଳିଆ ହେଵ ଵୋଲି ରାଜନୀତି ଵିଶାରଦମାନେ ପୂର୍ବାନୁମାନ କରିଛନ୍ତି। ଯଦି ଶେଷ ମୁହୁର୍ତ୍ତରେ ପାର୍ଟି ଟିକେଟରୁ କୈ।ଣସି କାରଣରୁ ବଞ୍ଚିତ ହୁଅନ୍ତି ତେଵେ ନିଜର ସଂଗଠନ ଓ ଲୋକପ୍ରିୟତାକୁ ପାଥେୟ କରି ପ୍ରକାଶ ସ୍ୱାଧୀନ ଭାଵେ ଵିଧାୟକ ପ୍ରାର୍ଥୀ ଭାବେ ଲଢିଵା ଥୟ ଵୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ଏଠାରେ ଵିଜେପିର ଲଗାତାର ବିଧାୟକ ପ୍ରାର୍ଥୀ ହୋଇଥିବା ଦିଲ୍ଲିପ ମଲ୍ଲିକ, କଂଗ୍ରେସର ଅସିମା ମହାନନ୍ଦ, ଚନ୍ଦ୍ର ଶେଖର ସାମଲ, ଅଭିଷେକ ମହାନନ୍ଦ ଙ୍କୁ ତିନିଥର ଜାକ ହରାଇ ବିଜେଡିର କାଳିନ୍ଦୀ ବେହେରା ଓ ପୁଅ ଚନ୍ଦ୍ର ସାରଥି ଵେହେରା ଜିତିଵାରେ ରେକର୍ଡ କରିଛନ୍ତି। ସମସ୍ତ ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀ ଵାହାରର ହୋଇଥିଲା ଵେଳେ ପ୍ରକାଶ ମାଟିର ପୁଅ ଭାଵେ ନିର୍ବାଚନ ବୈତରଣୀ ପାର ହେବାକୁ ଆଜିଠାରୁ ଡଙ୍ଗା ଓ ଆହୁଲା ତିଆରିରେ ବ୍ୟସ୍ତ ଥିବା ଜଣାପଡିଛି ।