ଭୁବନେଶ୍ୱର, ୧୮/୧୦/୨୦୨୨ (ଓଡ଼ିଶା ସମାଚାର)-ଉତ୍କଳ ରତ୍ନ ପ୍ରଥମ ଓଡ଼ିଆ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ୧୪୫ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍-୮ସ୍ଥିତ ପ୍ରତିମୂର୍ତି ସ୍ଥଳଠାରେ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଂଯୋଜକ ନାରାୟଣ ଓଝା, ଗିରିଜା ମହାପାତ୍ର, ଅମରେଶ ଜେନା, ରୋହିତ କୁମାର, ସଞ୍ଜୟ ପରିଡ଼ା ଉପସ୍ଥିତ ରହିବା ସହିତ ସ୍ୱର୍ଗତ ମିଶ୍ର ଜଣେ ବିଶିଷ୍ଟ ଆଇନ ବିଶାରଦ ସହିତ ଓଡ଼ିଆ ଭାଷା ସୁରକ୍ଷା ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମତ ବ୍ୟକ୍ତ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତି୍ରପାଠୀ ଜଣାଇଛନ୍ତି ।