ନିରାକାରପୁର, ୧୭/୧୦/୨୦୨୨(ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ନିରାକାରପୁରସ୍ଥିତ ଅଗ୍ରଣୀ ପ୍ରାଚୀନ ଧର୍ମାନୁଷ୍ଠାନର ୪୦ତମ ବାର୍ଷିକ ଅଧିବେଶନ ଆସନ୍ତା ଅକ୍ଟୋବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି । ଏହି ଅବସରରେ ପ୍ରତ୍ୟହ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ ପାରାୟଣ, ଯଜ୍ଞ ଓ ପ୍ରବଚନ ଆଦି ଯଥାବିଧି ଅନୁଷ୍ଠିତ ହେବ । ଓଡିଶାର ସ୍ୱନାମଧନ୍ୟ ଶ୍ରୀରାମ କଥା ପ୍ରବଚକମାନେ ବିଭିନ୍ନ ଦିବସରେ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଅଛି । ନଭେମ୍ବର ୬ ତାରିଖ ରବିବାର ଦିନ ସ୍ଥାନୀୟ ଅଂଚଳର ୧୪ଟି ହାଇସ୍କୁଲର ୨୦୨୨ ଏ୧ ଗ୍ରେଡ୍ କିମ୍ବା ମାଟ୍ରିକ ଟପର ଓ କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟ, +୨ କଳା, ବିଜ୍ଞାନ, ବାଣିଜ୍ୟର ଟପର, +୩ କଳା, ବିଜ୍ଞାନ, ବାଣିଜ୍ୟ ସମ୍ମାନ ବିଭିନ୍ନ ବିଷୟରେ ଟପର ଓ ଓଡିଆ ସ୍ନାତକୋତର ଟପରଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏତଦ୍ ବ୍ୟତିତ ଆମ ଅଂଚଳର ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସମାଜସେବା, ପ୍ରଶାସନ ଓ ବିଚାର ବିଭାଗ କ୍ଷେତ୍ରରେ ସଫଳତା ହୋଇଲ କରିଥିବା ବିଶିଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ନବାହ୍ନ ପାରାୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ଉକôଳିକା ସଙ୍ଗୀତ ଏକାଡେମୀ ଓ ଶ୍ରୀସାଇ ଡ୍ୟାନ୍ସ ଗ୍ରୁପ୍, ନିରାକାରପୁର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ନଭେମ୍ବର ୫ ତାରିଖ ରାତ୍ର ୭.୦୦ ଘଟିକା ସମୟରେ ଭୁବନେଶ୍ୱର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରିବେଷଣ ପାଇଁ ବ୍ୟବସ୍ଥା ହୋଇଅଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଭକ୍ତବନ୍ଧୁମାନଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ପରିଷଦର ସଭାପତି ଡ. ମୃତୁ୍ୟଞ୍ଜୟ ରଥ ଓ ସୂଚନା ଓ ଲୋକ ସମ୍ପର୍କର ବିଭାଗର ଅଧିକାରୀ ବେଣୁଧର ଚମ୍ପତିରାୟ ଓ ଯୁଗ୍ମ ସମ୍ପାଦକ ରମାନାଥ ଦାଶ ଅନୁରୋଧ କରିଛନ୍ତି ।