ନିରାକାରପୁର, ୧୭/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଗ୍ରାମ ଅସଲି ଢ଼ାବା ପରିସରରେ ସାଂସଦ ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଦିଲ୍ଲୀପ ଶ୍ରୀଚନ୍ଦନ, ଶିକ୍ଷାବିତ୍ ସୁଧାଂଶୁ ଶେଖର ମହାନ୍ତି, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ଯୁବ ନେତା ବିଶ୍ବଭୂଷଣ ଛୋଟରାୟ, ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ଇ ବିଶ୍ଵମୋହନ ପଟ୍ଟନାୟକ , ବରିଷ୍ଠ ନେତା ବିପିନ କୁମାର ଜୟସିଂହ ପ୍ରମୁଖଙ୍କ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ ଙ୍କ ସମେତ ଦୁଇ ଝିଅ ମଧ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ଇ ବିଶ୍ୱମୋହନ ପଟ୍ଟନାୟକ ପରିଚାଳନା କରିଥିଲେ।