ଭୁବନେଶ୍ୱର, ୧୭/୧୦/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ବିଜେପି ପକ୍ଷରୁ ଆଜି ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଓ ତେଜେଶ୍ୱର ପରିଡ଼ା ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳୀୟ ମିଡ଼ିଆ ବିଭାଗକୁ ଆହୁରୀ ଅଧିକ ସୁଦୃଢ଼ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ଅନୁମୋଦନ କ୍ରମେ ୩ ଜଣ ଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ଗଣ ମାଧ୍ୟମର ମୁଖ୍ୟ ତଥା ପ୍ରବକ୍ତା ଦିଲିପ ମଲିକ ସୂଚନା ପ୍ରଦାନ କରିଛନ୍ତି । ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଓ ତେଜେଶ୍ୱର ପରିଡ଼ା ଙ୍କୁ ମୁଖପାତ୍ର ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଥିବା ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି ।