ଟାଙ୍ଗି (ଖୋର୍ଦ୍ଧା) ୧୭/୧୦/୨୦୨୨ ( ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଶିକ୍ଷା ସର୍କଲ ବୋଡଗଂରା ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ପୁନର୍ବାର ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ।ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଚଳିତ ମାସ ୧୫ ତାରିଖ ସୁଧା ଦାୟିତ୍ୱ ହସ୍ତାନ୍ତର ଦେବାର ଲିଖିତ ପ୍ରତିଶୃତି ଦେଇଥିଲେ ବ୍ଳକ ଶିକ୍ଷାଧିକାରୀ।ସୂଚନାଯୋଗ୍ୟ କି ଏହି ଦୁଇଟି ଦାବି ନେଇ ଗତମାସ ୨୭ଓ ୨୮ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ।ଘଟଣା ସ୍ଥଳରେ ଟାଗିଂ ଏବିଇଓ ପହଞ୍ଚି ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଦାବି ପୂରଣ ପାଇଁ ଏକ ଲିଖିତ ପ୍ରତଶୃତି ଦେଇଥିଲେ।ଦାୟିତ୍ୱ ହସ୍ତାନ୍ତର ନହେବାଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ୟ୍ୟ ହୋଇପାରୁନି।
ବର୍ତମାନ ୫ ଟି ଶ୍ରେଣୀରେ ୯୬ ଜଣ ପିଲା ଶିକ୍ଷା ଲାଭ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି।୨ ଜଣ ଶିକ୍ଷକରୁ ଜଣେ ଶିକ୍ଷକ ଆଜି ପର୍ୟ୍ୟନ୍ତ ଛୁଟିରେ ଅଛନ୍ତି।ମୁଖ୍ୟ ଫାଟକରେ ତାଲା ପକାଇବାରୁ ଛାତ୍ରଛାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଏକ ଗଛମୂଳେ ରାସ୍ତା କଡରେ ବସିବା ଦେଖିବାକୁ ମିଳିଛି।ଏ ବାବଦରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବା ପରେ ଫୋନ ଉଠାଇ ନାହାନ୍ତି।