Sunday , May 28 2023
Breaking News
Home / ଶିକ୍ଷା / ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ

ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ

କଟକ, ୧୭/୧୦/୨୦୨୨(ଓଡ଼ିଶା ସମାଚାର)- ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ। ଏ ନେଇ ଆଜି ଵୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଏହାକୁ ଲାଗୁ କରାଯାଇଛି। ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ। ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ। ଵିଷୟ ଗୁଡିକ ହେଲା ପୁସ୍ତକ ସମୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ, କୋ କରିକୁଲାର ଆକ୍ଟିଭିଟି ଓ ଇନଫରମେସନ ଟେକ୍ନୋଲୋଜି । କୋ କରିକୁଲାର ଆକ୍ଟିଭିଟିରେ ମୋଟ ୭ଟି ଆକ୍ଟିଭିଟି ରହିବ । ସେଥି ମଧ୍ୟରୁ ପ୍ରମୁଖ ହେଲା, ଗେମ୍ସ, ସ୍ପୋର୍ଟସ, ଦଉଡ କୁଦ, ଯୋଗ ଇତ୍ୟାଦି। ଏହି ଵିଷୟ ଗୁଡିକର ଵର୍ଷକୁ ଚାରିଟି ପରୀକ୍ଷା ହେଵ। ପ୍ରତି ଵିଷୟର ମୋଟ ମାର୍କ ୨୫ରହିବ। ପ୍ରଥମ ତିନୋଟି ପରୀକ୍ଷା ୫ମାର୍କ ଵିଶିଷ୍ଟ ହେଵ ଓ ଶେଷ ପରୀକ୍ଷା ୧୦ମାର୍କର ହେଵ।

ମୋଟ ଚାରିଟି ଵିଷୟର ଯେଉଁ ଶହେ ମାର୍କର ପରୀକ୍ଷା ହେଵ ସେଥିରୁ ଛାତ୍ରଛାତ୍ରୀ ୮୦ମାର୍କରୁ ଅଧିକ ରଖିଲେ ଏ ଗ୍ରେଡ, ୬୦ରୁ ୮୦ପ୍ରତିଶତ ଵି ଗ୍ରେଡ, ୪୦ରୁ ୬୦ପ୍ରତିଶତ ସି ଗ୍ରେଡ ଓ ୪୦ତଳକୁ ଡି ଗ୍ରେଡ ପାଇଵେ। ତେଵେ ଏହି ମାର୍କ ଵା ଗ୍ରେଡ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟରେ ଦିଆଯିବ । ପ୍ରମୁଖ ଵିଷୟ ଗୁଡିକର ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ନମ୍ବର ରଖିଥିଵେ ସେଥିରେ ଏହି ମାର୍କ ମିଶିଵ ନାହିଁ । ତେଣୁ ପରୀକ୍ଷା ଫଳ ନିର୍ଦ୍ଧାରଣରେ ଏହି ମାର୍କ ଯୋଡା ଯିଵ ନାହିଁ।

Leave a Reply

Your email address will not be published.